STORYMIRROR

Trushna Das

Abstract Classics Others

4  

Trushna Das

Abstract Classics Others

ଅମାବାସ୍ୟା

ଅମାବାସ୍ୟା

1 min
220

ଏ ଯେ ଅମାବାସ୍ୟା ରାତି 

ଏଥିରେ ନ ଥାଏ ଜହ୍ନ, ତାରାମାନଙ୍କର ଅବସ୍ଥିତି

ହୋଇ ଥାଏ ଅନ୍ଧକାରମୟ ନିଶି

ଶୂନଶାନ୍ ହୋଇ ଥାଏ ରାତି।।


ଏ ଯେ ଅମାବାସ୍ୟା ରାତି

ସୂଚାଇଥାଏ ଅନେକ କିଛି 

କହି ଥାଏ ଲୁଚାଇ ଦିଅ ଦୁଃଖ ଓ ପାପ ମୋ କୋଳେ ଆଜି 

କିଛି ଦିନ ପରେ ଆସିବ ଫେରି ପୂର୍ଣ୍ଣିମା ରାତି।।


ଯେମିତି ପୂର୍ଣ୍ଣିମା ଓ ଅମାବାସ୍ଯାର ଖେଳ

ସେମିତି ଜୀବନରେ ସୁଖ ଓ ଦୁଃଖର ଖେଳ

ଆଜି ସୁଖ ତ ପୁଣି କାଳି ଦୁଃଖ 

ଏ ତ ଜୀବନର ଗତି ପଥ।। 


ସୁଖ ଆସିଲେ ଜୀବନେ ଆସେ ପୂର୍ଣ୍ଣିମା ରାତି

ଦୁଃଖ ଆସିଲେ ଜୀବନେ ଆସେ ଅମାବାସ୍ୟା ରାତି 

ଏ ଯେ ଜୀବନର ନୀତି

ସମସ୍ତଙ୍କ ଜୀବନେ ଏହା ଘଟି ଥାଏ ନିତି।।


ଯେମିତି ଅମାବାସ୍ୟା ନିଶି ଦିଏ ସୁଚେଇ

ଆଗକୁ ଆସିବ ପୂର୍ଣ୍ଣିମା ରାତି 

ସେମିତି ଦୁଃଖ ଦିଏ ସୁଚେଇ

ଆଗକୁ ଆସିବ ସୁଖ ନିହାତି।। 


ଆସିଲେ ଅମାବାସ୍ଯା ରାତି 

ରୁହ ଧିରସ୍ଥିର ହୋଇ 

ଆସିବ ପୂର୍ଣ୍ଣିମା ରାତି 

କରିବ ଉଜ୍ଜଳ ସବୁକିଛି।। 


ଆସିଲେ ଦୁଃଖ 

ରୁହ ଧୈର୍ଯ୍ୟର ସହ ହୋଇ ଧିର ସ୍ଥିର

ଆସିବ ଜୀବନେ ସୁଖ

କରି ଜୀବନକୁ ଉଜ୍ଜଳ, ଆଣିବ ଜୀବନେ ଉଲ୍ଲାସ।। 


ତେଣୁ ଦିନ ଓ ରାତି 

ପୂର୍ଣ୍ଣିମା ଓ ଅମାବାସ୍ଯା ତିଥି

ଜୀବନେ ସୁଖ ଓ ଦୁଃଖର ଅବସ୍ଥିତି 

ଏ ଯେ ସୁଚାଇ ଥାଏ ଜୀବନର ଗତିବିଧି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract