ତାରା ଫୁଲ
ତାରା ଫୁଲ
କେବେ କେବେ ଆଖିକୁ ଛୋଟ
ଦିଶୁଥିବା ଜିନିଷଟି ବାସ୍ତବରେ
ହୋଇଥାଏ ଅବିଶ୍ୱସନୀୟ
ଭାବେ ବିଶାଳ କାୟା ବିଶିଷ୍ଟ
ଦୂରକୁ ଛୋଟ ଯେ ଦିଶଇ
ସମୀପେ ଅଟେ ବିରାଟ
ଇଏ ଆମ ଆଖିର ଦୋଷ
ଅବା ମନର ଭାବନା ଭ୍ରମିତ!!
ଲକ୍ଷ ଲକ୍ଷ ଯୋଜନ ଦୂର
ଆକାଶରେ ହସୁଥାଏ ସଦା
ମିଞ୍ଜି ମିଞ୍ଜି ତାରା ଫୁଲ
ବସୁଧା ପୃଷ୍ଠର ଅବୋଧ ମଣିଷ
କରୁ ତାରେ ଉପହାସ
ନବୁଝି ତାହାର ମୂଲ
ତାରା ଯେ ଏକ ନକ୍ଷତ୍ର
ଆମର ହୁଏ ବିସ୍ମୃତ!!
ମଣିଷ ବି କେବେ କେବେ
ଲାଗେ ଏଇ ତାରା ପରି
ପାଶେ ଥିବା ଯାଏଁ ତାର
ମହତ୍ତ୍ବ କେହି ନପାରଇ ଜାଣି
ଯେବେ ଦୂରେ ଯାଏ ଚାଲି
ତାର ଗୁଣ ଗାନ କରି
ତାକୁ ସଭିଏଁ ହୁଅନ୍ତି ଝୁରି
ଆଉ କି ସେ ଆସେ ଫେରି??
ସ୍ଵୀୟ ଆଲୋକେ ହୋଇ
ଉଦଭାସିତ ରଶ୍ମି କରେ
ବିତରଣ ମହାଜଗତରେ
ଯଥା ମହାମାନବ ଆପଣା
ସଦଗୁଣ ଆନକୁ ବିତରେ
ଜୀବନର ଅବସାନ ପରେ
ମାନବ ସାଜଇ ତାରା ଆକାଶରେ
ତାରା ଅବତରେ ଧରାଧାମରେ!!
