STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
233


ପାବନ ଧାର୍ମିକ କାର୍ତ୍ତିକ ମାସର ଅନ୍ତେ 

ଉଇଁ ଆସେ ଆକାଶରେ ପୂର୍ଣ୍ଣିମାର ଇନ୍ଦୁ

ଏହିଦିନ ବୀର ସାଧବ ପୁଅ ଆମର 

ଯାଉଥିଲେ ବୋଇତରେ ଲଂଘି ସପ୍ତ ସିନ୍ଧୁ! 


ଆଣୁଥିଲେ ଭରି ବୋଇତମାନରେ 

ଧନ ରତ୍ନ ମୋତି ମାଣିକ ବୈଦୁର୍ଯ୍ୟ

ଆମରି ଏଇ ଉତ୍କର୍ଷ ଉତ୍କଳ ଦେଶେ 

ଲେଉଟାଣି ବେଳେ ମନ ହରଷେ! 


ଆଜି ଆଉ ନାହିଁ ସେ' ସାଧବ ପୁଅ 

ନାହିଁ ତ ତାର ବୋଇତ ପୁଣି 

କର୍ପୁର ଉଡ଼ିଛି କନା ପଡ଼ିଅଛି 

ଅତୀତର ଗାଥା ମନେ କହି!


ଏବେ ଶୀତୁଆ ସକାଳେ ତନ୍ଦ୍ରା ତେଜି 

ନଦ ନଦୀ ପୁଷ୍କରଣୀ ସାଗର ବେଳାରେ 

ପୂଣ୍ୟର ନୌକା ଆମେ ଦେଉ ଭସାଇ 

ନୌବାଣିଜ୍ୟ ପରମ୍ପରା ମନେ ପକାଇ! 


ଏ ଉତ୍କଳୀୟ ଜାତି ସ୍ମରଣ କରଇ

ତାର ସ୍ବର୍ଣ୍ଣିମ ଅତୀତର ସ୍ମୃତିରାଜି

ସତେ ଅବା କେବେ ଆସିବ ଫେରି

ଆପଣା ଅତୀତର ହୃତ ଗୌରବ ରାଜି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract