STORYMIRROR

Jyotirmoyee Mohanty

Classics

4  

Jyotirmoyee Mohanty

Classics

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
331

କାଗଜ ଡଙ୍ଗାଟିଏ ପରି 

ସମୟ ସୁଅରେ ମୁଁ 

ପାହାଡି ଝରଣା ପରି 

ଠିକଣା ବିହୀନ 

ସବୁକିଛି ଅନ୍ଧାର ଅନ୍ଧାର

ଯେମିତିକି ମେଘଭର୍ତ୍ତି 

ଆକାଶର ଛାଇ 

ପତ୍ର ବିହୀନ ଥୁଣ୍ଟା ବରଗଛ ଡାଳେ 

ଦୋହଲୁ ଥିବା ପକ୍ଷୀବସାଟିଏ  l


କେତେ ବା ଆୟୁଷ ? 

ତଥାପି ସାଲିସ କରି ଚାଲିଛି 

ଥମ ଥମ ବର୍ଷା ଟୋପା ସହ 

ଗୋଟିଏ ନୀରବ ମଧ୍ୟାହ୍ନରେ 

ଉଜୁଡି ଯାଇଥିବା ମୁହୂର୍ତ୍ତମାନଙ୍କ ସହ  l


ଯଦିଚ କେଇ ବୁନ୍ଦା ବର୍ଷା ଟୋପା 

ତାକୁ କରିବ ନିଃଶେଷ...  l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics