Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Classics Inspirational Others

4.5  

Sambit Srikumar

Classics Inspirational Others

ହାରି ଯାଇଥିବା ଲୋକ

ହାରି ଯାଇଥିବା ଲୋକ

1 min
166



ହାରି ଯାଇଥିବା ଲୋକର

କି ଅଛି ପୁଣି ହରାଇବା ପାଇଁ

ଆଉ କିସ ହାରିବାକୁ ତା'ର ଡର?

ଜୀବନ ମରଣ ଅମୃତ ଗରଳ

ମାନ ଅପମାନ ସମ୍ମାନ ଦୁର୍ନାମ

ସବୁ ତା ପାଇଁ ସମାନ l

ଦୁନିଆର ଉପହାସ

ଥଟ୍ଟା ମଜା ଟାହି ଟାପରା

ସବୁ ତା ପାଇଁ ଅଗୁରୁ ଚନ୍ଦନ l

କାଳ ବୈଶାଖୀର ଝାଞ୍ଜି

ପ୍ରଳୟର ଅସହ୍ଯ କମ୍ପନ

ସବୁ ତା ପାଇଁ

ମନ୍ଦ ମଳୟ ପବନ l

ହାରି ଯାଇଥିବା ଲୋକ

ଅଟଇ ଜୀଅନ୍ତା ଭୂତ

ବଞ୍ଚିବାର ତୃଷ୍ଣା ନାହିଁ ଯା'ର

ତା'ର କାହାରିକୁ ପୁଣି ଡର?

ହାରିଯାଇଥିବା ଲୋକ ପାଇଁ

ଆଉ ହାରିବାକି ନୂଆ କଥା

ହାରି ହାରି ସବୁ ଜିତିବ ସେ

ଦିନେ ଦୁନିଆଁ ତା ଆଗେ

ନୋଇଁବ ମଥା ।



Rate this content
Log in