STORYMIRROR

Anirudha Kund

Classics

4  

Anirudha Kund

Classics

ଭୋକ

ଭୋକ

1 min
220


ମାଗିବିନି ଭିକ

 ହେଉପଛେ ଭୋକ

     କାହା ଦୁଆରେ ହାତପାତି

ତୁମ୍ଭେ ଥାଉ ଥାଉ 

   ଆହେ ମହାବାହୁ

    ମାଗିବି କାହକୁ କେମିତି॥୦॥


ଯିବି ମୁହିଁ ପୁରୀ

  କରିବି ଗୁହାରି

  ତୋର ଦୁଆରେ ହାତପାତି

ମାଗିବାର ଅଛି 

 ଯଦି କେବେ କିଛି    

  ମାଗିବି ତୋତେ ଲକ୍ଷ୍ମୀପତି

ଭକତ ବାନ୍ଧବ 

 ତୁମେ ଯାହା ଦେବ

    ଲଭିବି ନକରି ଆପତ୍ତି ॥୧॥


କୁଡୁଆ ଖପରା 

   ଅଇଁଠା ଅବଢା

    ଖାଉଥିବି ମୁହିଁ ସାଉଁଟି

ଶୋଷ ହେଲେ ମୋତେ

    ଟଙ୍କ ତୋରାଣିକୁ 

        ପିଉଥିବିରେ ଚାଟି ଚାଟି

ଭୋଗି ଠାକୁରର

  ଯୋଗୀଟିଏ ହୋଇ

  ଗାଉଥିବି ତୋ ନାମ ନିତି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics