Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Abstract Classics Inspirational

4  

DR SAMIR RANJAN BEHERA

Abstract Classics Inspirational

ଅମାବାସ୍ୟା ର ଜହ୍ନ

ଅମାବାସ୍ୟା ର ଜହ୍ନ

1 min
239


 

ଆଜି ପ୍ରହେଳିକା ଏ ସଂସାର

  ସତେ ଅମାବାସ୍ୟାର ଜହ୍ନ 

  ଗୋଲାପ ଖୋଜିଲେ ପଳାସ ମିଳେ 

  ଅମୃତ ଖୋଜିଲେ ହଳାହଳ ମିଳେ 

  ମିଛ ମାୟାରେ ଜୀବନ ତିକ୍ତ 

  ମରୀଚିକା ପଛେ ଧାଇଁ ଧାଇଁ 

  ଏ ଜୀବନ କ୍ଲାନ୍ତ ଶ୍ରାନ୍ତ ll ୧ ll


  ଏଠି ପୂର୍ଣ୍ଣିମା ଚାନ୍ଦରେ ଲାଗେ କଳଙ୍କ 

  ଅମାବାସ୍ୟାର ସ୍ଥାନ ସୁଦୃଢ ସୁରସ 

  ଚୋରି ଡକାୟତି ଅନ୍ୟାୟ ଅନୀତି 

  ସବୁକିଛି ଚାଲେ ଅମା ଅନ୍ଧାରରେ 

  ଦ୍ୱାହି ଦେଇ ଉଜ୍ଜ୍ଵଳ ଆଲୋକ 

  ଉପରେ ଭଦ୍ର ମୁଖାର ହସ 

  ଭିତରେ କୁଟିଳତାର ଫାସ ll ୨ ll

   

  ଏଠି ପୂର୍ଣ୍ଣିମାର ଜୋଛନା 

  ଖାଲି ସ୍ବପ୍ନ ଆଉ ସ୍ବପ୍ନ 

   ଜୀବନଟା ଏଠି ଅନ୍ଧକାର 

   ଭାଗ୍ୟ ଅନ୍ଧାର ବିଶ୍ୱାସ ଅନ୍ଧାର 

   ଆଶା ଅନ୍ଧାର ଭରସା ଅନ୍ଧାର 

   ସବୁ କିଛି ଏଠି ଅନ୍ଧାର ଅନ୍ଧାର 

   ବାନ୍ଧିହେଇଯାଏ ଅର୍ଥ କ୍ଷମତା ଫାସର 

   ଏଠି ପୂର୍ଣ୍ଣିମା ଜହ୍ନ ଏକ ମରୀଚିକା 

   ଜୀବନ ପାଲଟେ ପ୍ରହେଳିକା 

   ତଥାପି ବଞ୍ଚେ ଏ ଜୀବନ 

  ଦେଖି ଦେଖି ଅମାବାସ୍ୟା ର ଜହ୍ନ ll ୩ ll


Rate this content
Log in

Similar oriya poem from Abstract