STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

ଦୀପାବଳି

ଦୀପାବଳି

1 min
186

            

ଘରେ ଘରେ ସବୁ ମିଶି 

ମାଟି ଦୀପ ମହମବତୀ ସାଥେ 

ଚୁନି ବିଜୁଳି ଆଲୁଅ ଜାଳି, 

ହସ ଖୁସି ଆନନ୍ଦରେ ପାଳୁ 

ପ୍ରତିବର୍ଷ ଦୀପାବଳି। 

ପୂର୍ବ ପୁରୁଷଙ୍କୁ କରି ଆବାହନ 

ଶ୍ରଦ୍ଧାରେ ଶ୍ରାଦ୍ଧ କରୁ ଅର୍ପଣ, 

'ଅନ୍ଧାରରେ ଆସି ବଡ ବଡୁଆ

ଆଲୋକରେ ଯାଏ' ବୋଲି 

କରୁ ତାଙ୍କର ସ୍ମୃତି ଚାରଣ। 

ଏ ଆଲୋକର ପର୍ବ 

ନେଇ ଆସେ ସୁଖ ଶାନ୍ତି ସର୍ବ, 

ଆମ ସଂସ୍କୃତି ପରମ୍ପରା ଐତିହ୍ୟ 

ଜାତିର ସ୍ଵାଭିମାନ ଗୌରବ ଗର୍ବ।

ଗୋଟାଏ ରାତି ପାଇଁ 

ଆଲୋକିତ କରି ଦେଉ ପରିବେଶ,

ପରେ ଯେଉଁ ଅନ୍ଧାରକୁ 

ସେହି ଅନ୍ଧାରର ହେଉ କ୍ରୀତଦାସ। 

ଜାଳି ଦେଲେ ଦୀପଟିଏ 

ବାହ୍ୟ ଅନ୍ଧାର ହୁଏ ସିନା 

ସାମୟିକ ଭାବେ ଦୂର, 

ହୃଦୟ ଭିତରେ ଭରି ଅଛି 

ଯୁଗ ଯୁଗରୁ ଏ ଘନ ଅନ୍ଧକାର। 

ଘୃଣା, ହିଂସା, ଦ୍ବେଷର କାଳିମା 

ସ୍ବାର୍ଥକୁ କରି ସର୍ବସ୍ଵ 

ସଂକୀର୍ଣ୍ଣତାର ଖୋଳପାରେ କବଳିତ, 

ଆତ୍ମୀୟ ଜନକୁ କରି 

ଅନ୍ତରରୁ ଅନ୍ତର 

ସ୍ନେହ ମମତାରୁ କରେ ବଞ୍ଚିତ। 

ଏ ଦୀପାବଳି ସୂଚାଇ ଦିଏ 

ଜୀବନ ବି ଏକ ଦୀପ ପରି, 

ଜଳୁଥାଏ ଆଲୁଅ ଦେଇ 

ତା' ଭିତରର ତୈଳ ଯିବା ଯାଏଁ ସରି। 

ସତଜ୍ଞାନେ କରି ହୃଦୟକୁ ଆଲୋକିତ 

ଦେଲେ ପବିତ୍ର ପ୍ରେମର ପ୍ରଦୀପ ଜାଳି, 

ପରସ୍ପର ମଧ୍ୟେ ରହିବ ଅତୁଟ ଭାବ 

ସେ ହେବ ପ୍ରକୃତ ଦୀପାବଳି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics