STORYMIRROR

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ଶୋଇବା

ଶୋଇବା

1 min
178


କିଏ ଶୋଇଥାଏ ନିଘୋଡ଼ ନିଦରେ ଚିନ୍ତା-ଦକ ଟିକେନାହିଁ,

କିଏ ଶୋଇଥାଏ ଆଖି ମେଲାରଖି ଧନ ଚିନ୍ତା କରୁଥାଇ |


କିଏ ଶୋଇଥାଏ ରୋଗ ଯନ୍ତ୍ରଣାରେ ଏକଡ଼ ସେକଡ଼ ଶୁଏ,

କିଏ ଶୋଇଥାଏ ଅଳସ ପଣରେ ଭଲ ଲାଗୁନାହିଁ କହେ |


କିଏ ଶୋଇଥାଏ ଗଦି ବିଛଣାରେ ସବୁସୁଖ ସାଥେ ଧରି,

କିଏ ପୁଣି ଶୋଇ ଦେଶଚିନ୍ତା କରେ କାହାକୁ ନ ଥାଏ ଡରି|


କିଏ ଶୋଇ କାନ୍ଦେ କିଏ ଶୋଇ ହସେ କିଛି ପାଉ ବା ନପାଉ,

କିଏ ଶୋଇପଡ଼େ ସବୁଦିନ ପାଇଁ ଉଠେନାହିଁ କେବେ ଆଉ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics