Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhabi Patel

Classics

4.0  

Madhabi Patel

Classics

ଦୀପାବଳି

ଦୀପାବଳି

1 min
299



ଦୀପରପରବ ଦୀପାବଳି ଆଜି

ନବ ଉନ୍ମାଦନା ନବ ଖୁସି ରାଜି

ଆଣିଛି ସାଥିରେ ଧରି,

ବନ୍ଧୁତା ବଢିବ ପ୍ରେମ ସଂଚରିବ

ମନେମନେ ପ୍ରତି ଆହ୍ଲାଦ ଭରିବ

ସଂପର୍କକୁ ଦେବ ମାଜି।


ସାହାଯ୍ୟ ବଢାଇ ନେବା ଆପଣାଇ

ଗରୀବ ଯେ ଥିବେ,କେ ଭଉଣୀଭାଇ

ମିଳିମିଶି ସର୍ବେ ଏ ପର୍ବ ପାଳିବା

ନଥିବେ ଭୋକିଲା କେହି।


ବରଷକେ ଥରେ ଆସେ ଏ ପରବ

ପୁରୁଣା ସଂସ୍କୃତି ଆମର ଗରବ

ଏହିଦିନ ରାମ ଅଯୋଧ୍ୟା ଫେରିଲେ

ରାବଣକୁ ମୃତ୍ୟୁ ଦେଇ।

ପାତାଳରୁ ବଳି ରାଜା ଫେରିଥିଲେ

ଅମୃତ ଆସିଲା ଆଜି।

ଆଜିର ଦିନରେ ହିରଣ୍ୟକଷ୍ୟିପୁ

ଗର୍ବ ଯାଇଥିଲା ଭାଜି।


ଦୀପର ପରବ ଦୀପାବଳି ଆଜି

ମନେ ପଡେ ସ୍ମତିରାଜି।

ସତ୍ୟର ବିଜୟ ଅଧର୍ମର କ୍ଷୟ

ଏ ପର୍ବ ବଖାଣେ ସଦା କର୍ମର ଜୟ।

ମିଳିମିଶି ସର୍ବେ ଏକତା ରଜ୍ଜୁରେ

ବାନ୍ଧାହେବା ଏକ ହେଇ।

ଆସରେ ଭଉଣୀଭାଇ।



Rate this content
Log in

Similar oriya poem from Classics