STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଆକାଶ

ଆକାଶ

1 min
225


ହେ ଆକାଶ!

ତୁମେ ତ ଅଟ ବିଶାଳ ଅନନ୍ତ

ବ୍ୟାପ୍ତି ତୁମ୍ଭର ସାରା ଜଗତ 

ଅଥଚ ନାହିଁ ତିଳେ ଅହଙ୍କାର 

କିମ୍ପାଇଁ ତୁମେ ଏତେ ଉଦାର?? 


ସୁଉଚ୍ଚ ଚିନ୍ତାଧାରା ତୁମ୍ଭର

ସଦା ନିଃସ୍ବାର୍ଥ ନିଷ୍ଠାପର 

ସଭିଙ୍କ ପାଇଁ ବର୍ଷା କର

ସୁନେଲି କିରଣ ସୂର୍ଯ୍ୟର

ବାରିଦର ଅମୀୟ ଧାର

ନକରି ତିଳେ ବାଛ ବିଚାର!! 


ସତେ କି ଆମେ ମଣିଷ 

କେବେ ହୋଇ ପାରିବୁ 

ତୁମ୍ଭ ପରି ଉଦାତ୍ତ ଚିତ୍ତ 

ହୃଦେ ବହି ଦିବ୍ୟ ଭାବ

ବାଣ୍ଟି ପାରିବୁ ଆନ ଲାଗି 

ନିଷ୍କାମ ପ୍ରେମର ଅମୃତ!!


ଆମେ ଛାର ମଣିଷ ହୋଇ 

ପର ଆପଣା ଭାବରେ ଲିପ୍ତ

ଭୁଲିଯାଇଛୁ ମାନବତ୍ବ ପ୍ରବୃତ୍ତି

ସେ ଲାଗି ଆମର ଅଧୋଗତି 

ଏଥିରୁ ହୋଇଲେ ନିବୃତ୍ତ 

ନିଶ୍ଚୟ କରିବା ପ୍ରଗତି!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract