ଦେହ
ଦେହ
ଅସ୍ତିମଜ୍ଜା ପରେ ଶରୀର ଜାଣ
ରକ୍ତ ମାଂସ ବହଳ ଆବରଣ
ଯହିଁ ପବନର ମୁକ୍ତ ଯା ଆସ
ଦେହ ନାମେ ଖ୍ୟାତ ସେ ବେଶ ।
ଆଖି ଦୁଇ ଦେଖେ ପାପ ପୁଣ୍ୟକୁ
ମୁଖ କୁହେ ମଧୁ ବିଷ କଥାକୁ
ଓଠ ଧାରେ ଥାଏ ସେ ଯେଉଁ ହସ
କ୍ଷଣ କରେ କରେ ବଶ ବିରସ ।
ହାତ ଦୁଇ କର୍ମ ଅକର୍ମେ ଲିପ୍ତ
ପ୍ରାର୍ଥନା କରେ ସେ ହେ ଜଗନ୍ନାଥ
ପାଦ ଦୁଇ ଦୂର ନିକଟ ଯାଏ
ମୃତ୍ୟୁ ପରିଯନ୍ତେ ଧାଉଁ ସେ ଥାଏ ।
ପେଟ ଖୋଜେ କ୍ଷୁଧା ପାଇଁ ଆହାର
ଚାଖଣ୍ଡକ ପାଇଁ ଅଭିନୟ ସଂସାର
ଯେତେ ଲୀଳାଖେଳା ଧରାରେ ହୁଏ
ଜୀବ ପାଇଁ ଦେହ ଯାତନା ସହେ ।।