STORYMIRROR

Rajendra Kumar Senapati

Classics

4  

Rajendra Kumar Senapati

Classics

ଲେଖା ଓ ଲେଖକ

ଲେଖା ଓ ଲେଖକ

1 min
375


ଅମୃତ ସନ୍ତାନ ଲେଖକ ଲେଖିକା 

ଏଥିରେ ସନ୍ଦେହ ନାହିଁ

ତାଙ୍କର ଲେଖାକୁ ପଢ଼ିଲେ ସଭିଏଁ

ସର୍ବଦା ମନେ ରଖନ୍ତି।


ଲେଖିବା ନିଶାରେ ମସଗୁଲ୍ ହୋଇ

ମନେ ନାହିଁ ଅବସାଦ

ଯେତେ ଲେଖୁଥିଲେ ସରେନାହିଁ ବୋଲି

ଲେଖାର ନାହିଁ ବିଶ୍ରାମ।‌


ଭାବନା ରାଜ୍ୟରେ ବୁଡିଣ ସେମାନେ

ଶବ୍ଦ ସନ୍ଧାନ କରନ୍ତି

ପାଠକ ପାଠିକା ପଢିଣ କବିତା

ଦ୍ବିତୀୟ ସ୍ରଷ୍ଟା ଡାକନ୍ତି।


ରୌଦ୍ରର ପ୍ରତାପ ପରି କବି ଅଟେ

ଲେଖାରେ ମଲ୍ଲୀ ସୌଗନ୍ଧ

ବର୍ଷାରେ ଭିଜିଣ କବି ଲେଖିଛନ୍ତି

ମେଘ ମାଳାର ସୌନ୍ଦର୍ଯ୍ୟ।


କବିର ଆଖିରୁ ଝଡ଼ ସୃଷ୍ଟି ହେଲେ

କବିତା ହୁଏ ବିଜୁଳି

କବିର ମନକୁ ଆଘାତ ଲାଗିଲେ

କବିତା ନିଜେ କାନ୍ଦନ୍ତି।


ବସନ୍ତ ଋତୁର କବି ଯେବେ ରାଜା

ମଳୟ ହୁଏ କବିତା

ହେମନ୍ତରେ ଯଦି ଲେଖନୀ ଚାଳଇ

କାକରରେ ହୁଏ ଓଦା।


ଶରତ ସନ୍ଧ୍ୟାରେ ପ୍ରେମିକ ପାଲଟି

ତାରା ମେଳେ ଜହ୍ନ ଖୋଜେ

ଚାନ୍ଦ କୁମୁଦିନୀ ପ୍ରେମ କାହାଣୀର

ବିରହ ଗାଥାକୁ ଲେଖେ।


ବୈଧବ୍ୟ ଯନ୍ତ୍ରଣା ଭୋଗେନି କବିତା

ସଦା ସୁହାଗନ ଅଟେ

ସମସ୍ତ ମନକୁ ହରଣ କରିବା

ନିରନ୍ତର ଚେଷ୍ଟା କରେ।


କବିତା ପାଦରେ ନାନା ଅଳଙ୍କାର

ଆବର ଅଳତା ଗାର

ମଥାରେ ସିନ୍ଦୂର ଲଗେଇ କବିତା

କବିଙ୍କୁ କରେ ଜୁହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics