ମନ ପକ୍ଷୀ
ମନ ପକ୍ଷୀ
ମନ ପକ୍ଷୀ କେବେ ସ୍ଥିର ରୁହେନାହିଁ
ଥାଏ ପଞ୍ଜୁରୀ ଭିତରେ
ନିଜର ଇଛାରେ କାମ କରୁ ଥାଏ
ରହିଥାଏ ଅଦୃଶ୍ୟରେ ।
ବିବେକ ଇଛାରେ କେଵେ କେବେ ସିଏ
ହୋଇଲେ ପରି ଚାଳିତ
ସୁଗମ ହୁଅଇ କରିବା କର୍ମଟି
ମନ ହୁଏ ଆନନ୍ଦିତ l
ଅବlଧ୍ୟ ହୋଇଲେ ଲଗାମ ଫିଟଇ
ମନ ଇଛା କାମ କରେ
ଲକ୍ଷ ହୀନ ଦିଗେ ଉଡି ଯାଉ ଥାଏ
ଶିକୁଳି ନାହିଁ ପାଦରେ l
ଉଡି ବୁଲୁଥାଏ ଅନନ୍ତ ଧରାରେ
ପକ୍ଷ ଦୁଇଟିକୁ ଝାଡ଼ି
ବିଶାଳ ସାଗର ଅନନ୍ତ ଆକାଶେ
ସବୁଆଡେ ଯାଏ ମାଡି l
ଯେଉଁ ଆଡେ ଚାହେଁ ସେଇ ଆଡ଼େ ସିଏ
କ୍ଷଣିକେ ଗମନ କରେ
ପୋଷା ମାନି ଥିଲେ ସଂଯମ ରହିଣ
ଅନାବିଳ ପ୍ରେମ ଭରେ l
ଭ୍ରମି ଭ୍ରମି ସେତ ଚଉଦିଗେ ଦେଖେ
ଖୋଜୁଥାଏ ପ୍ରୀତି ଘର
ଅନାବିଳ ସ୍ନେହ ଶାନ୍ତିର ବାରତା
ଦେଉ ଥାଏ ନିରନ୍ତର l
ବେଳେ ବେଳେ ପକ୍ଷୀ ଲଗାମ ଛାଡ଼ଇ
ହୋଇ କ୍ରୋଧ ପରବଶ
ଲୋଭ ମୋହ ମାୟା ଜଡିତ ହୋଇଣ
କରିଥାଏ ସର୍ବନାଶ l
ମନର ତତ୍ତ୍ୱକୁ ଯିଏ ଜାଣି ଥାଏ
ମନକୁ କରେ ଆୟତ
ସତ୍ୟ ଧର୍ମ ପଥେ ସଦା ଚାଲୁ ଥାଏ
ରାମ ନାମକୁ ଜପିତ l
ଜନମ ମରଣ ସବୁ ଜାଣି ପକ୍ଷୀ
ମୋହରେ ନହେଲେ ଵାନ୍ଧି
ପ୍ରଭୁଙ୍କ ନାମକୁ ଜପୁ ଥାଏ ନିତି
ବିଭୁ ପ୍ରେମେ ହୁଏ ବନ୍ଦୀ l
