STORYMIRROR

Rajendra Kumar Senapati

Classics

4  

Rajendra Kumar Senapati

Classics

ମାତୃତ୍ଵ

ମାତୃତ୍ଵ

1 min
12


ମଣିଷ ଜନମ ଶ୍ରେଷ୍ଠ ଏ ଜଗତେ

ସୁନ୍ଦର ସୃଷ୍ଟି ମଧ୍ୟରେ 

ନାରୀ ହୁଏ ଯିଏ ପୁଣ୍ୟ ବଳ ଥାଏ

ସୌଭାଗ୍ୟ ଟିକା ମଥାରେ ।।

ନାରୀରୁ ଜନନୀ ଯେବେ ହୋଇଯାଏ

ଜନମ ସାର୍ଥକ ହୁଏ

କୁଆଁ କୁଆଁ ରାବ ଶୁଭିଲେ ତା କର୍ଣ୍ଣ

ଅନେକ ଆନନ୍ଦ ପାଏ॥

ଦଶ ମାସ ଦଶ ଦିନର ଯନ୍ତ୍ରଣା

ଜଣାପଡ଼େ ନାହିଁ କିଛି

ମରଣ ଖଟରେ ଶୋଇ ଆଜି ସିଏ

ମାତୃତ୍ଵ ଆଜି ପାଇଛି॥

ବାସ୍ତବ ସମ୍ପତ୍ତି ପାଇଛି ବୋଲି ସେ

ଆନନ୍ଦେ ଝରାଏ ଲୁହ

ଥନ ଭାଙ୍ଗି କ୍ଷୀର ଦେଲା ବେଳେ ସିଏ

ବଢ଼ଇ ତାହାର ମୋହ॥

ଶିଶୁଟି ତାହାର ହୋଇଯାଏ ଅଙ୍ଗ

ଛାଡେନି ତାହାର ସଙ୍ଗ

କୋଳରେ ଶୁଆଇ ସଜାଗ ରୁହଇ

କାଳେ ହେବ ନିଦ୍ରା ଭଙ୍ଗ॥

ମାଆ ବନିଗଲେ ଯେତେ ସେବା ଅଛି 

କରିଦିଏ ଦୁଇ ଭାଗ

ସନ୍ତାନର ପାଇଁ ଏକ ଭାଗ ରଖି

ବଳକା ଅନ୍ୟଙ୍କ ଭାଗ॥

ସବୁ ସୁଖ ତା'ର ସନ୍ତାନର ପାଇଁ

ମନରୁ ଦିଏ ପାଶୋରି

ମା ମା ଡାକକୁ କେବେ ସେ ଶୁଣିବ

ରହିଥାଏ କାନ ଡେରି॥

ମାଟିରୁ ଆକାଶ କରିଦିଏ ଏକ

ସନ୍ତାନ ମଙ୍ଗଳ ପାଇଁ

ମମତାର ମୂର୍ତ୍ତି ମାଆ ପରି କିଏ

ଜଗତେ ମିଳିବ ନାହିଁ॥

ଏପରି କାହାଣୀ ମାଆର ଜୀବନ

ସେଥିପାଇଁ ଗରିୟସୀ

ଯୁଗ ଯୁଗ ପାଇଁ ଶାସ୍ତ୍ର କହୁଅଛି

ସଭିଙ୍କର ମହୀୟସି॥

ଯେତେ ପୂଣ୍ୟ କର ଯେତେ ପୂଜା କର

ମା'ର ପାଖେ ତୁମେ ରୁଣୀ

ସହିବା କ୍ଷମତା ଯାର ପାଖେ ଅଛି

ନାମ ମର୍ତ୍ତ୍ୟ ଠାକୁରାଣୀ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics