STORYMIRROR

Rajendra Kumar Senapati

Classics

3  

Rajendra Kumar Senapati

Classics

ପ୍ରେମରେ ବିଚ୍ଛେଦ

ପ୍ରେମରେ ବିଚ୍ଛେଦ

1 min
124


ପ୍ରେମର ଭାଷାଟି ଆତ୍ମ ସମର୍ପଣ

ଥାଏ ଅନେକ ପୀପାସା

‍ସେହି ପୀପାସାକୁ ଘର୍ଷଣ କରିଲେ

ଜନ୍ମ ହୁଏ ଉନ୍ମାଦନା।

ପ୍ରେମରେ ବିଷାଦ ମିଳେ ଅବସାଦ

ଲୁଚିଥାଏ ନୀରବତା

ହୃଦୟ ପୃଷ୍ଠାରେ ଲେଖି ହୋଇ ରହେ 

ଜୀବନ ପାଇଁ କବିତା।

ଭାବରେ ମଜ୍ଜିଲେ ପ୍ରିୟାର ଅଭାବେ

ଜାଗେ ହୃଦୟରେ ବ୍ୟଥା

ଅନ୍ତରଙ୍ଗ କଥା ମନେପଡ଼େ ସବୁ

ପ୍ରେମ ସୁଧାନିଧି ଗାଥା।

ବିରହର ବ୍ୟଥା ଜାଣେ କୁମୁଦିନୀ

ଦୂରେ ଚାନ୍ଦ ଅଛି ବୋଲି

ଅଗ୍ନିର ଦହନେ ପତଙ୍ଗ ମରୁଛି

ତା'ର ଆକର୍ଷଣେ ପଡ଼ି।

ଦୈହିକ ସମ୍ପର୍କ ନୁହଁଇ କେବେ ବି

ପ୍ରେମର ଅସଲି ରଙ୍ଗ

ଶାଶ୍ଵତ ପ୍ରେମରେ କଳଙ୍କ ବିହୀନ 

ଜୀବନ ପାଇଁ ସ୍ପୁଲିଙ୍ଗ।

ପ୍ରେମର ସ୍ବରୂପ ବିଭିନ୍ନ ରୂପରେ

ହୋଇଥାଏ ଦୃଶ୍ୟମାନ

ନବୁଝିବ ଯିଏ ସର୍ବଦା ସେମାନେ

କରିଥାନ୍ତି ଆର୍ତ୍ତନାଦ ।

ଅନ୍ଧାର ହେଉଛି ଅମାବାସ୍ୟା ରାତ୍ରୀ

ଝୁରେ ଏକା କୁମୁଦିନୀ

ପ୍ରେମର ସ୍ପନ୍ଦନ ଯା'ର ପାଶେ ଥାଏ

ହୁଏ କୁମୁଦିନୀ ପରି।

ମଣି କାଞ୍ଚନର ସଂଯୋଗ ଯେପରି

ପ୍ରେମ ଅଟେ ସେହିପରି

ଶାଶ୍ଵତ ପ୍ରେମରେ କାଳିମା ନଥାଏ

ଅଭିମାନ ଥାଏ ଭରି ।

ପ୍ରିୟ ପ୍ରିୟା ଠାରୁ ବିଚ୍ଛେଦ ଯନ୍ତ୍ରଣା

ଅଶ୍ରୁରେ କରେ ତର୍ପଣ

ଦୀର୍ଘ ନୀରବତା ଜୀବନ କଟଇ

ମନଟି ସ୍ବଚ୍ଛ ଦର୍ପଣ ।

ପ୍ରୀତିର ପୀୟୁଷ ଦୁର୍ଲ୍ଲଭ ହୋଇଛି

ଆଜିକାର ଦୁନିଆରେ

ବିଦଗ୍ଧ ମନକୁ ଆଶାର ସଂଚାର

ଏକା ପ୍ରେମ ଦେଇପାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics