STORYMIRROR

Bijoy Jena

Action Inspirational

4  

Bijoy Jena

Action Inspirational

ଝଡ଼ ଚାଲିଯାଏ

ଝଡ଼ ଚାଲିଯାଏ

1 min
228


ଝଡ଼ ଚାଲିଯାଏ ଝଡ଼ର ବାଟରେ

     ଦେଖାଇ ତାହାର କୋପ

ପ୍ରକୃତି ଫେରଇ ପୂର୍ବ ଅବସ୍ଥାକୁ

      ଛାଡ଼ି ଦେଇ କିଛି ଛାପ।

      

ପ୍ରକୃତିକୁ ଯଦି ଶାନ୍ତ ତ ରଖିଲେ

       ନ ଥାଏ କେବେ ବିଷମ

ବ୍ୟବସାୟ ପଣେ ଦାଉ ସାଧୁଥିଲେ

       ଜଟିଳ ହୁଏ ଜୀବନ।


ନେତ୍ର ଫେଡି ଥରେ ଦେଖ ହେ ମାନବ 

       ପ୍ରକୃତିର ସବୁଜିମା

ବିସ୍ତୀର୍ଣ୍ଣ ଧରଣୀ ସୁନୀଳ ଗଗନ

       ସୃଷ୍ଟି ଯେ ବିଚିତ୍ର ତମା।


ସୃଷ୍ଟିକର୍ତ୍ତାଙ୍କର ଅନିନ୍ଦ୍ୟ ସୃଷ୍ଟିକୁ

        ସାଇତି ରଖିବା ପାଇଁ

ଆମକୁ ସଜାଗ ହେବାକୁ ପଡିବ

       ବିଶ୍ଵ ର କଲ୍ୟାଣ ନେଇ।


ସତ୍ୟ ପଥେ ଚଳି ପ୍ରକୃତି ବଞ୍ଚାଇ

      କରିଲେ ଧର୍ମ ସାଧନ

ନୀଳାଚଳ ନାଥ ପ୍ରଭୁ ଜଗନ୍ନାଥ

       କରିବେ କୃପା ବର୍ଷଣ।



Rate this content
Log in

Similar oriya poem from Action