STORYMIRROR

Akshayakumar Dash

Action Inspirational Others

4  

Akshayakumar Dash

Action Inspirational Others

ଅନୁଚିନ୍ତା

ଅନୁଚିନ୍ତା

1 min
350


କଥା କଥାକେ "ମୁଁ,ମୋର" କହିଆସୁଛି,

 ତାହାର ସବୁ କହିବାକୁ ଅଭ୍ୟାସ ନାହିଁ

ଏହି ସଂସାର ଶେଷରେ ଅଙ୍ଗାର

ମୋହ ମୋତେ ପାଗଳ କରୁଛି।


ମୁଁ କେବଳ ବାଡ

ଫସଲ ଜଗିଛି

ତାହାବି ଠିକ୍ କରିପାରୁନାହିଁ

କେତେବେଳେ ବୋତଲ ମାରି

ଆଯାଗାରେ ଗଡୁଛି 

ବେଳେ ବେଳେ କଣ୍ଢେଇ

ପଛରେ ପଡ଼ୁଛି, ପଥ ହୁଡୁଛି, 

ମଉକା ଦେଖି ଷଣ୍ଢ ବାଡ ଭାଙ୍ଗି ପଶିଛି

 ମାଙ୍କଡ , ଝଡ ବର୍ଷା କ୍ଷେତ ଉଜାଡି ଦେଉଛି।


ହତାଶ ନିରାଶ ହୋଇ ବସିଛି 

ମାଟିକୁ ଦେଖି ଜାଗି ଉଠୁଛି ତ

ସୁରଜ କିରଣରେ ମନ ପୋଡିଯାଇଛି,

ସାଧୁ କୁହନ୍ତି ମୋ ବିନୁ ଅନ୍ୟ ଗତି ନାହିଁ 

ମୋ ହାତରେ କଛି ନାହିଁ

କେବଳ ଗଧ ପରି ଖଟିବାକୁ ଅଛି,

ତାହାର ଇଚ୍ଛାରେ ମାଟିରୁ ସୁନା ଫଳେ

ନଚେତ୍ ପୋଡ଼ି ପାଉଁଶ ହୋଇ ମିଶିଯାଏ ।


ତାକୁ ବୁଝିବାକୁ ମୋର ଶକ୍ତି ନାହିଁ

 ଦେଖେ,ଭିକାରିକୁ ରାଜା ତ

ରାଜାକୁ ସେ ରଙ୍କ କରାଏ ,

ଶାସ୍ତ୍ର କୁହେ କର୍ମ ଫଳ

ଅଦୃଶ୍ୟ ଜଗତର କାର୍ଯ୍ୟ

ମୁଁବା କଏ

 ତୋର ମୋର ଭାବ କାହିଁ

କେମିତି ବୁଝିବି ତତେ,

ସମୟ ତାର ଅଧୀନ

ରାସ୍ତାରେ ଦୃଘଟଣା

ରୋଗ ବ୍ୟାଧି

ଚୋରୀ ଡକାୟତି

ଆତ୍ମହତ୍ୟା ପରି ବିପଦ

ସବୁ କର୍ମ ଫଳ ବୋଲି କୁହେ

ତା କଥାକୁ ନ ବୁଝିଲେବି ମାନିବି 

ଡାକିଲେ ଅସହାୟ ବେଳରେ ବାଟ ଫିଟାଏ 

ସେ ସ୍ରଷ୍ଟା, କର୍ତ୍ତା, ବଂଧୁ କୃପାସିନ୍ଧୁ 

ତାର ସହସ୍ର ନାମରେ ନଡାକିଲେ 

 ଜଗତନାଥ କହି ହାତ ଟେକିଦିଏ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action