ସ୍ଵାଗତ ଗୀତିକା
ସ୍ଵାଗତ ଗୀତିକା
ଶ୍ରୀ ହନୁମାନଙ୍କ ଜୟନ୍ତୀ ଦିବସେ
ପୁଣି ପଣା ସଂକ୍ରାନ୍ତିରେ
ଓଡ଼ିଆ ମାନଙ୍କ ନବ ବର୍ଷ ପଡେ
କେଡେ ଖୁସି ମିଜାଜରେ ।
ଗୋଟିଏ ମାଆର ଓଡ଼ିଆ ଭାଷାରେ
କେତେ ଓଷା ପରବରେ
ଆମ ରଥ ଯାତ୍ରା ବିଶ୍ୱକୁ ବାନ୍ଧିଛି
ବସୁଧୈବ କୁଟୁମ୍ବରେ।
ତିରିଶ ଜିଲ୍ଲାର କୋଣ ଅନୁକୋଣ
ଶୁଭେ ଓଡ଼ିଆଙ୍କ ସ୍ଵର
ବିଦେଶରେ ମଧ୍ୟ ପାଳିତ ହେଉଛି
ନବ ବର୍ଷ ଏକତାର।
ମୋ ରାଇଜ ଦିନେ ବିଶ୍ୱେ ବାଣ୍ଟି ଥିଲା
ମହା ମନ୍ତ୍ର ଅହିଂସାର
ଚଣ୍ଡାଶୋକ ଏଠି ଅଶୋକ ହୁଅନ୍ତି
ସର୍ବ ଧର୍ମ ଏକାକାର।
ଆଜି ନୂଆ ବର୍ଷ ନୂଆ ନୂଆ ଲାଗେ
ସବୁଜିମା ଆମ ମାଟି
ଯେଉଁଠି ରହିଲେ ନ ଭୁଲିବା କେବେ
ମୋ ରାଇଜ ପରି ପାଟି।
ଜଗନ୍ନାଥ ଆମ ରାଇଜ ଦେବତା
ହନୁମାନ ତ୍ରାଣ କର୍ତ୍ତା
ଓଡ଼ିଆ ମାନଙ୍କ ଶୁଭ ମନାସନ୍ତି
ଆମେ ତ ଜଗତ ଜିତା ।
ଆଜିର ଦିନରେ ସ୍ଵାଗତ କରୁଛୁ
ପ୍ରତି ଓଡ଼ିଆ ଙ୍କ ପାଇଁ
ଦେଶ ବିଦେଶ ରେ ଯେ ଯେଉଁଠି ଥାଅ
ଜୟ ଜଗନ୍ନାଥ କହି।
ନବ ବର୍ଷ ହେଉ ସରସ ସୁନ୍ଦର
ଭଲରେ ରୁହନ୍ତୁ ସର୍ବେ
ଆମରେ ଓଡ଼ିଆ ଛାତିକୁ ମିଶାଇ
କହିତ ପାରିବା ଗର୍ବେ।
