ରହିବନି ଶୋଷଣର ଧନ
ରହିବନି ଶୋଷଣର ଧନ
ଦେଖାଉଛ ଧନ ମାନ,
ରହିବନି ଦିନେ ସେ ଧନ ଓ ମାନ
ମନେ ଭାବ ଆସିଥିଲ,
ଯେବେ ସଂସାରକୁ, ଥିଲା ସବୁ ଶୂନ
ଥିଲା କି କିଛି ମୂଳଧନ,
ଲାଜ ନାହିଁ କି?
ପ୍ରାଧାନ୍ୟ ଦିଅ ପୁଂଜିକୁ
ରହିବନି ଦିନେ ସେ ଧନ ଓ ମାନ |୧|
ଧ୍ଵଂସମୂଖୀ ହୋଇଛି
ଆଜିର ସମାଜଟା, ଟଙ୍କା ର ନିଶାରେ
ସେଇ ମିଛ ନିଶାରେ,
ପୁଂଜିକୁ ହାସଲ କରିବାରେ
ଶ୍ରମର ମୂଲ୍ୟକୁ କରିଛ ତୁଛ,
କରି ଚାଲିଛ,
ଶ୍ରମର ଶୋଷଣ,
ରହିବନି ଦିନେ ସେ ଧନ ଓ ମାନ |୨|
ହେ ପୁଂଜିବାଦୀ ଶାସକ,
ମିଥ୍ୟା ପ୍ରତିଶୃତି ଦେଇ ଚାଲି ଅଛ,
ଚିନ୍ତା ନାହିଁ ତୁମରି
ପ୍ରଜାଗଣ ବଂଚିବେ କିପରି?
ଧୃତରାଷ୍ଟ୍ର ସାଜି,
କରିବ ପାତର ଅନ୍ତର କେତେ ଦିନ,
ବିନାଶ ନିଶ୍ଚିତ ତ ହେବ,
ରହିବନି ସେ ମିଛ ପଣ,
ଦିନେ ରହିବନି ସେ ଧନ |୩|
ରକ୍ଷା କରିବ,
ପୁଂଜିବାଦକୁ, ଧରିଛ ପରମାଣୁକୁ,
ନିଜ ହାତରେ,
ଏତେ ଏତେ ବୋମା ଓ ବନ୍ଧୁକକୁ,
ଅନ୍ଧ ହୋଇଛ ଆଜ,
ନିଜ ସ୍ବାର୍ଥ ପଥେ ରହିଛ ହୋଇ ସାଜ,
ମାନବ ରୁଧିର,
ତା ପାଇଁ ମନେରଖ ମୂଲ୍ୟହୀନ,
ରହିବନି ଦିନେ ସେ ଧନ ଓ ମାନ |୪|
ଦରବୃଦ୍ଧି ଯନ୍ତ୍ରଣାରେ,
ବେକାରୀ ସମସ୍ୟା ତୀବ୍ର ହୋଇଛି ରେ,
ଧକେଇ ଧକେଇ ରହିଛି,
ଆଜ ପୁଂଜିବାଦର ପ୍ରାଣ,
ଯୁକ୍ତ ବିଯୁକ୍ତରେ,
ଖେଳୁଛେ ସମୟ ଚକ୍ରରେ,
ତୋର ଶୋଷଣ ଅତ୍ୟାଚାର ର ଧନ
ଦିନେ ହୋଇବ ଶୁନ, ରହିବନି ସେ ଧନ |୫|
