STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ଆଇନା କହେ...

ଆଇନା କହେ...

1 min
244


ମୁଁ ଏକ ଆଇନା

ଟିକିଏ ଠୁକୁର୍ ପାଇଲେ

ହୋଇ ଯାଏଁ ଚୁନା ଚୁନା,

ଯେତିକି ଦିନ ପାଇଁ ଥାଏଁ

ସଭିଏଁ ମୋ ମୁହଁରେ

ଦେଖନ୍ତି ତାଙ୍କର ମୁହଁ

କରେନା କାହାକୁ ମନା।

ଯିଏ ଯେମିତି ରୂପ ରଙ୍ଗରେ 

ହୋଇଥାଏ ଗଢା଼

ଅବିକଳ ମୁଁ ଦେଖାଏଁ

ସେମିତି ହିଁ ତାର ପ୍ରତିବିମ୍ବ,

ସାନ କି ବଡ଼ ହୋଇଥାଉ 

ସେ ଯେଉଁ ବୟସର

ସଭିଙ୍କୁ କହେ ସତ

ଦେଖାଇ ତା ସୂରୂପ ସ୍ଵଭାବ।

ମୋ ଭିତରେ ନିଜକୁ ଦେଖି

ମୁଖମଣ୍ଡଳର ଶିରୀ ବଢାଇବାକୁ

ବୋଳି ହୁଏ ପ୍ରସାଧନ,

ଚେହେରାକୁ ସଜାଇ ସୁନ୍ଦର

ଖୁସି କରେ ତାର ମନ

ଆନନ୍ଦରେ କାଟିବାକୁ ଜୀବନ।

ଆଇନା କହେ......

ମୋ ପରି ତୁମ ଭିତରେ ଅଛି

ଏକ ସୁନ୍ଦର ଆଇନା

ସେ ତୁମର ପବିତ୍ର ହୃଦୟ,

ତାହାରି ଭିତରେ ଦେଖ

ତୁମର ନିଜ ପ୍ରତିଛବି

ତୁମକୁ ଭଲ ଲାଗିବ ନିଶ୍ଚୟ।

ସେ ବି ମୋହରି ପରି

କହିବ ସବୁ ସତ

ଅଛି ଯାହାର ଯା' ଗୁଣ ଚରିତ୍ର,

ତାକୁ ନେଇ ସେ

ସମାଜରେ ହୁଏ ପରିଚିତ

ସୁନ୍ଦର ଭାବ ବିନିମୟରେ

ହୋଇ ଥାଏ ଅନ୍ୟର ପ୍ରିୟପାତ୍ର।

ଦେଖି ନିଜକୁ ଯିଏ 

ସୁନ୍ଦର ଭାବେ ନିଏ ସଜାଇ

ସୁଧାରେ ନିଜ ସ୍ବଭାବ ଚରିତ୍ର

ଗଢେ ଏକ ଆଦର୍ଶ ଜୀବନ,

ମୋ ଭିତରେ ପ୍ରତିଫଳିତ 

ହେଉଥିବା ପ୍ରତିବିମ୍ବ 

ରୂପକୁ ତୁମର ଦେଖାଇଲେ

ଯେତେ ସୁନ୍ଦର କରି

ପୂରଣ କରି ପାରିବନି 

ତୁମ ଭିତରେ ଥିବା ସପନ।

 


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Action