Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Action Classics Inspirational

4  

Raja Sekhar CH V

Action Classics Inspirational

ଚନ୍ଦନପୁରର ନନ୍ଦନବନ

ଚନ୍ଦନପୁରର ନନ୍ଦନବନ

1 min
340


ଆସନ୍ତୁ ଦେଖିବା ଆମର ଗ୍ରାମ୍ୟ ଉପବନ,

ଖୁସୀରେ ବୁଲିବା ଏହି ସୁନ୍ଦର ନନ୍ଦନକାନନ,

ସବୁଜିମା ମନେ ପକାଏ ନନ୍ଦନନ୍ଦନଙ୍କ ବୃନ୍ଦାବନ,

ଯାହା ହେଉଛି ମଧୁର ସୁମଧୁର ଫଳପ୍ରଦ ମଧୁବନ |୧|


ପ୍ରାକୃତିକ ପରିବେଶରୁ ପୁଲକିତ ହୁଏ ଆନନ,

ସଦା ହୁଏ ଯେଉଁଠି ସୁଗନ୍ଧିତ ସୁମନଙ୍କ ଜନନ,

ପ୍ରଫୁଲ୍ଲିତ ଫୁଲ ଆନନ୍ଦିତ କରନ୍ତି ଆପଣା ମନ,

ନିରନ୍ତର ରଙ୍ଗୀନ କରେ ଯାହାକୁ ନୀଳ ଗଗନ |୨|


ଶୁଭୁଥାଏ ଯେଉଁଠି ବିଭିନ୍ନ ଅଭିନ୍ନ ବିହଙ୍ଗଙ୍କର ଗାନ,

କଳକଣ୍ଠ ମଧୁକଣ୍ଠ ଶୁଣାନ୍ତି ଶ୍ରାବ୍ୟ ପ୍ରତିଧ୍ୱନିତ ଗୁଞ୍ଜନ,

ସୁଭାଷିତ କୋଇଲି ଯେ ପାଇଛନ୍ତି ସୁବାସିତ ଆମ୍ରବନ,

ନିକୁଞ୍ଜର ଲତାରୁ ଅଳଙ୍କୃତ ହୁଏ ନୈସର୍ଗିକ ନନ୍ଦନବନ |୩|


ନୀଳାଚଳିଆଙ୍କ ପାଇଁ ଅଛି ଆମ ପାବନ ତୁଳସୀବନ,

ଅଛି ପୁଣି ଆରୋଗ୍ୟକାରକ ସଞ୍ଜୀବନୀ ବୃକ୍ଷଙ୍କ ବନ,

ଜନମାନସରେ ସଦା ଆସେ ସୌମ୍ୟ ସୌହାର୍ଦ୍ଦ ସ୍ପନ୍ଦନ,

ତେଣୁ ଅବଶ୍ୟ ଦେଖନ୍ତୁ ଆମ ଚନ୍ଦନପୁରର ନନ୍ଦନବନ |୪|


Rate this content
Log in

Similar oriya poem from Action