ବିଶ୍ବ ସ୍ୱାସ୍ଥ୍ୟ ଦିବସ
ବିଶ୍ବ ସ୍ୱାସ୍ଥ୍ୟ ଦିବସ
ଶରୀର ହିଁ ଅଟେ ସବୁ ଠାରେ ଯେ ଅମୂଲ୍ୟ
ଈଶ୍ବରଙ୍କ ଉପହାର ସାଧେ ଚିର କାଳ ।
ଯାବତୀୟ କାର୍ଯ୍ୟ ଧାରା ପ୍ରତ୍ୟେକ ମୁହୂର୍ତ୍ତ
ଶରୀରର ଉପଯୋଗ କରି ଅବିରତ ।
ଚେଷ୍ଟିତ ରହନ୍ତି ସିନା କାର୍ଯ୍ୟର ସାଧନେ
ଜାଗ୍ରତ କରାଇ ନିତ୍ୟେ ଆମରି ଜୀବନେ ।
ଦିବ୍ୟ ଶକ୍ତି ସ୍ରୋତ ପ୍ରବାହିତ କରି ମନେ
ନିତି ନିୟମ ଆଦର୍ଶ ଉତ୍ତମ ଚିନ୍ତନେ ।
ସବୁ କାର୍ଯ୍ୟ କରେ ସୁସ୍ଥ ରହି ଥିଲେ ସ୍ବାସ୍ଥ୍ୟ
ସ୍ବାସ୍ଥ୍ୟ ହିଁ ସମ୍ପଦ ଯହୁଁ ଜନମେ ସାମର୍ଥ୍ୟ ।
ଉତ୍ତମ ସ୍ୱାସ୍ଥ୍ୟ ରୁ ଲାଭ ଉତ୍ତମ ବିଚାର
ଚିନ୍ତା ଚେତନା ପୁଲକେ ଶ୍ରଦ୍ଧା ସମାଦର ।
କିନ୍ତୁ ଏହି ସ୍ୱାଥ୍ୟ ଯେବେ ହୁଏ ରୋଗାକ୍ରାନ୍ତ
ମନ ଓ ବିଚାର ହୋଇ ଉଠଇ ଅଶାନ୍ତ ।
ଦୂର୍ଭାବନା ମନ୍ଦ ଚିନ୍ତା ବାନ୍ଧେ ତହିଁ ବସା
ଧୀରେ ଧୀରେ କ୍ରମେ ଦ୍ରୁତ ବିଗିଡେ ଅବସ୍ଥା ।
ଗୁରୁତର ଅସୁସ୍ଥତା ପ୍ରତି ଅଗ୍ରସର
ହୋଇ ଚାଲେ ତୀବ୍ର ତର ଆମ ଏ ଶରୀର ।
ଅଯଥା କଷ୍ଟ ଯନ୍ତ୍ରଣା ସହି ବାରମ୍ବାର
ଚିକିତ୍ସା ରେ ଅର୍ଥ ଶ୍ରାଦ୍ଧ ହୁଏ ବହୁତର ।
ସାଧାରଣ ଧାରଣା ଓ ନିୟମ ପାଳନ
ସହିତ ହୋଇଲେ ଆମେ ସ୍ୱାର୍ଥ ସଚେତନ ।
ନିୟମିତ ଭାବେ ସ୍ୱାର୍ଥ ପ୍ରତି ଯତ୍ନବାନ
ହୋଇଲେ ଦୂରେଇ ଦେବା ବହୁ ପରିମାଣ ।
ରୋଗ ପୀଡା ସଙ୍କଟ ଯନ୍ତ୍ରଣା ଜୀବନର
ସ୍ବାସ୍ଥ୍ୟ ସଚେତନା ପାଇଁ ଚେଷ୍ଟା ଅନିବାର ।
ବ୍ୟାୟାମ କରିବା ସହ ଅନେକ ପ୍ରକାର
ଔଷଧୀୟ ଗୁଣଯୁକ୍ତ ଦ୍ରବ୍ୟ ବ୍ଯବହାର ।
କରିଲେ ଅଚିରେ ଲାଭ ହୋଇ ଥାଏ ସ୍ଵାସ୍ଥ୍ୟ
ଯୋଗ ଆଉ ପ୍ରାଣାୟମ କଲେ ନିୟମିତ
ଆଧ୍ୟାତ୍ମିକତା ରେ ମନ ପ୍ରାଣ ଅବସ୍ଥିତ
ରହି କରେ ପ୍ରତିରୋଧୀ ଶକ୍ତି ଉଦ୍ଧିପିତ ।
ଅଖାଦ୍ୟ ଭକ୍ଷଣ କରି ହୁଏ ସ୍ୱାସ୍ଥ୍ୟ ହାନୀ
ପଚା ସଢ଼। ବାସି ମଶା ମାଛି ବସି ଥିବା
ଖାଦ୍ୟ ଓ ପାନୀୟ ଯଦି ଆମେ ତେଜି ଦେବା ।
ସବୁ ବେଳେ ସଜ ଲଘୁପାକ ସ୍ନିଗ୍ଧ ଖାଦ୍ୟ
ଭକ୍ଷଣ କରିବା ତେବେ ଲାଭ ହେବ ସ୍ୱାସ୍ଥ୍ୟ ।
ଦୂର କରି ଦେବା ସବୁ ରୋଗ ବ୍ୟାଧି ମାନ
ଆନନ୍ଦେ କରିବା ସର୍ବେ ଜୀବନ ଯାପନ ।
ସୁସ୍ଥ ପରିବେଶ ପରମ୍ପରା ସାମାଜିକ
ଆରୋଗ୍ୟ ଲାଭ ନିମନ୍ତେ ହୁଏ ସହାୟକ ।
ଆରୋଗ୍ୟତା ଜନ ମନେ ପ୍ରୀତି ସୁସଂତୋଷ
ଯୋଗାଇ ଜୀବନ କରେ ମଧୁର ସରସ ।
