STORYMIRROR

padmaja pati

Action

4  

padmaja pati

Action

ହେ ସ୍ରଷ୍ଟା

ହେ ସ୍ରଷ୍ଟା

1 min
381

ସ୍ରଷ୍ଟା ହେ!ତୁମେ ହୋଇଥିଲ ଯେଣୁ

ଅଧିକାରୀ ଶାଶ୍ଵତର

ଗଢିଛ ଅନାଦି ଅନନ୍ତ କାଳରୁ

ଆନନ୍ଦର ପାରାବାର।

ଶିଳ୍ପୀ ହେ!ତୁମ ଦିବ୍ୟ ପରଶରେ

ନେଇଛି ଜୀବନ୍ତ ରୂପ

ଏ ଧରାରେ ଦେଖେ ଯେତେ ଜୀବଜନ୍ତୁ

ଅବା ପ୍ରସ୍ତର ସ୍ତୁପ।

ନାଟ୍ୟକାର ତୁମେ ! ଜୀବନ ଧାରାର

ଜନ୍ମ, ମୃତ୍ୟୁ ଚକ୍ର ଦିଶେ

ରାଗ, ଅଭିମାନ,ଆନନ୍ଦ, ବିଷାଦ

ପରିପୁଷ୍ଟ ନବ ରସେ।

କେତେ ରୂପ, ରଙ୍ଗେ ସଜାଇଛ ତାକୁ

ଢାଳିଛ ମମତା କାମେ 

ଲାଗେ ସେ ନିଖୁଣ,କଳାରେ ନିପୁଣ

ବିଶ୍ଵ ଚିତ୍ରକର ତୁମେ।

ସାରା ବ୍ରହ୍ମାଣ୍ଡର ମହା ଜାଗତିକ

ବସ୍ତୁ ଦେଖାଯାଏ ଯେତେ

ଗ୍ରହ, ଉପଗ୍ରହ ଘୂରନ୍ତି ଆନନ୍ଦେ

ଚମତ୍କାର ଦିଶେ କେତେ।

ବୈଜ୍ଞାନିକ ତୁମେ! ବିଶ୍ଵ ପ୍ରକୃତିକୁ

ନେଇ କରୁଥାଅ କାମ

ପରୀକ୍ଷଣ ସହ ପର୍ଯ୍ୟବେକ୍ଷଣ ବି

ପରୀକ୍ଷା ନଳୀରେ ତୁମ।

ଗଣିତଜ୍ଞ ଭାବେ ନିତି ଖେଳୁଥାଅ

ସଂଖ୍ୟା, ଉପପାଦ୍ୟ ସାଥେ

ଘନ ବସ୍ତୁ ଗଢି ଦେଇଛ ଯତନେ

ଅଛି ଯେ ପୂର୍ଣ୍ଣତା ପଥେ।

ତିଳେ ହେଲେ ତୃଟି ବିଚ୍ୟୁତି ନ ଥାଏ

ପରଖ ନିରେଖ କରି

ସୁସଙ୍ଗତି ପ୍ରତି କାର୍ଯ୍ୟରେ ତୁମେ ତ

ଦିବ୍ୟ ମନ ଅଧିକାରୀ।

ଏ ସାରା ବିଶ୍ୱକୁ ଗଢ଼ିଛ ତତ୍ତ୍ୱରୁ

ଯାହା ଅଟଇ ଅନନ୍ତ

ପରିବର୍ତ୍ତନ ବିମୁଖ ନୁହେଁ ତାହା

ଆତ୍ମା ତୁମ ଆନନ୍ଦିତ ।

କାରିଗରଟିର ପ୍ରତ୍ୟେକ ମୁହୂର୍ତ୍ତ

ବଳ ନେଇ ସ୍ଥପତିର

ହଜାର ହଜାର ରହସ୍ୟେ ଭରିଛ

ହେ ବିଶ୍ଵର କାରିଗର।

ଖିଆଲୀ ମନରେ ନ ଗଢିଛ କିଛି

ସବୁରି ଅଛି ଗୁରୁତ୍ଵ

ଆବଶ୍ୟକତାର ଦିବ୍ୟତା ତହିଁରେ

ଯେତେ ତୁମ ସୃଷ୍ଟି ତତ୍ତ୍ଵ।

ସମୟର ଜାଲ,ଭାଗ୍ୟର ଡୋରୀ

ଆବର ନିଶ୍ଚେତନା

ନେବ କେଉଁଆଡେ ସୃଷ୍ଟିକୁ ତୁମର

କରିଛ କେବେ କଳନା?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action