ଶୀର୍ଷକ ପ୍ରୀତି ଶୃଙ୍ଗରିଣୀ
ଶୀର୍ଷକ ପ୍ରୀତି ଶୃଙ୍ଗରିଣୀ
ପ୍ରୀତି ଶୃଙ୍ଗାରିଣୀ ପ୍ରେମ ଆହ୍ଲାଦିନୀ
ଶ୍ରୀକୃଷ୍ଣ ମନ ମୋହିନୀ
ଶୃଙ୍ଗାର ରସର ଚିତ୍ତ ବିନୋଦିନୀ
କୃଷ୍ଣ ପ୍ରେମ ବିରହିଣୀ ।
ଶ୍ରୀକୃଷ୍ଣ ଶୃଙ୍ଗାର ଅମୂଲ୍ୟ ନିଦାନ
ହ୍ଲାଦିନୀ ଶକ୍ତି ଯାହାର
ଶାଶ୍ବତ ର ପ୍ରେମ ତରଙ୍ଗିଣୀ ରାଧା
ପ୍ରେମ ମକରନ୍ଦ ଧାର ।
କୃଷ୍ଣଙ୍କ ଶୃଙ୍ଗାର ନିତ୍ଯ ନିର୍ଝରଣୀ
ବୃନ୍ଦାବନ ଅଧିଷ୍ଠାତ୍ରୀ
ଶ୍ରୀସଚିଦା ନନ୍ଦ ସ୍ୱରୂପା ଶ୍ରୀରାଧା
ବର୍ଷାନିର ଯୋଗେଶ୍ବରୀ ।
ବସନ୍ତ ରାହାସ ଶୃଙ୍ଗାର ପ୍ରିତୀ ରେ
କୁସୁମେ ମଣ୍ଡିତ ହୋଇ
ରଙ୍ଗ ଅଧରରେ ପ୍ରୀତିର ମହ୍ଲାର
କୃଷ୍ଣ ରସେ ଭିଜା ସେଇ ।
ରାଧା ଶୃଙ୍ଗାର ରେ ବନ୍ଧା ଶ୍ରୀମୋହନ
ରାଧା, ରାଧା ବ°ଶୀ ବାଜେ
ଧନ୍ଯ ସେ ଶ୍ରୀରାଧା ଶୃଙ୍ଗାର ମୋହିନୀ
ସଦା ଶୃଙ୍ଗାର ରେ ବିଜେ ।
ମୟୂର ଚୂଳିଆ ବାଙ୍କ ଚାହାଣୀ ରେ
ରାଧା ଶୃଙ୍ଗାର ଦର୍ଶନ
କୃଷ୍ଣ ମକରନ୍ଦ ନିର୍ଝରଣୀ ରାଧା
ହ୍ଲାଦିନୀ ରେ ଆକର୍ଷଣ ।
ଶୃଙ୍ଗାର ର ଆକର୍ଷଣ କେନ୍ଦ୍ର ବିନ୍ଦୁ
ଆହ୍ଲାଦିନୀ ରାଧାରାଣୀ
ବୃଷଭାନୁ ସୂତା ବର୍ଷାନିର ବାଳୀ
ରାଧା ନାମ ଉଦ୍ଧାରିଣୀ ।
