ନାହିଁରେ ସେ ଭାଗ୍ଯମୋର
ନାହିଁରେ ସେ ଭାଗ୍ଯମୋର
ବଦ୍'ନାମ୍ ଗଳିର୍ ସର୍ଦ୍ଦାର ମୁଇଁ ରେ
ପୁଷୁଲା କୁକୁର ନୁହେ ତ
ସଭେ ମୋର୍ ଲାଗି ସମାନ୍ ହେଲେବି
ବଦ୍'ନାମ୍ ଗଲିନ ରହେମି ତ ।
ଗୁଙ୍ଗାଆଏ ମୁଇଁ ତୁଣ୍ଡ୍ ନାଇଁ ଫୁଟେ
ଅନିଏ ନାଇଁ ପାରେ ସହି
କଲା ଧନର୍ ରଜା ମାନ୍'ଙ୍କର ଗା
ପହେଲା ଶାଖି ମୁଇଁ ।
ବିଦେଶୀ କୁକୁରର୍ ମାଲିକ୍ ସାହେବ୍
ତାର୍ ଅଏଁଠା ଦେଶି ଥୁଇ
ମୋତେ ହୀନ୍'ମାନ୍ କର୍'ସୁ ସାହେବ୍
କୁକୁର୍ ପୁଷା ହେଇ ।
ମୁଇଁ ଏକ୍ଲା ଆଏଁ ଭି ଯାହାର୍'ଟା ଖାଏଶି
ସୁଝ,ସି ତାର୍'ଟା ଭାଇ
ତାର ପିଛାଲ୍ ତଲେ ବସିକରି ଗା
ଚୋର୍ ଜୁଗ୍'ସି ମୁଇଁ ।
ବଦ୍'ନାମ୍ ଗଳିର୍ ନାଲିର୍ କୁକୁର
ଇମାନ୍ ମୋର୍ ଅଛେ
କୁକୁର ତ କୁକୁର ଆମେରେ ଭାଇ
ମୋତେ ଡରେ ଭୁକୁଛେ ।
ପେଣ୍ଟ କୁର୍ତ୍ତା ପିନ୍ଧିକରି ସତେଵୋ
ପକୈଛୁ ବନ୍ଧା ତୋତେ
ବିନା ମାଲିକର୍ ଛୁଆ ଆଏ ମୁଇଁ
କେନ୍ତା ଡରୁଥିସୁ ମୋତେ ।
ତୋର୍ ଏନ୍ତା କଏଦି ଜୀବନ ମୋର୍
ଦରକାର୍ ମୋତେ ନାଇଁ
ଆଜାଦ୍ ହିନ୍ଦ୍'ର ଫୈ।ଜି ଆଏଁ ମୁଇଁ
ଆଜାଦେ ରହେମି ମୁଇଁ ।
ତତେ ଦେଖିଥିଲି ଲୁଭେ ହେସି ଘାଏ
ତୋର ବେକର୍ ଲୁହାମାଲି
ନାଇଁ ହେଉ ସେ ମାଉସ ଝୋଲ ବୁଆ
ମୁଇଁ ଏନ୍ତା ବୁଲୁଥିମି ଖୁଲି
ମୁଇଁ ଏନ୍ତା ବୁଲୁଥିମି ଖୁଲି ।
