ଫଗୁଣର ଫଗୁଖେଳେ
ଫଗୁଣର ଫଗୁଖେଳେ
କୁସୁମେ ମଣ୍ଡିତ ବସନ୍ତ ଋତୁରେ
ହୋଲିର ଆସର ଜମେ
ଶ୍ରୀରାଧିକା ନାମ ପ୍ରେମ ସୁଧାନିଧି
ପ୍ରକୃତି ରୂପିଣୀ ନାମେ /୧
ଶ୍ରୀକୃଷ୍ଣ ଶ୍ରୀରାଧା ଦୋଳିରେ ଝୁଲନ୍ତି
ଫଗୁଣର ଫଗୁଖେଳେ
ମୋ ଶ୍ୟାମ ସୁନ୍ଦର ନବଜଳଧର
ଫଗୁ ରଙ୍ଗ ଭକ୍ତମେଳେ /୨
ହ୍ଳାଦିନୀ ଶକ୍ତିରେ ପରାଭକ୍ତି ହେଉ
ମିଶୁ କଳା କୃଷ୍ଣାୟିତ
ବସନ୍ତ ଉଲ୍ଲାସେ ନବ ଜୀବନରେ
ହୃଦ ହେଉ ପୁଲକିତ /୩
ଶ୍ରୀଆନନ୍ଦମୟୀ ପ୍ରକୃତି ରୂପିଣୀ
ପ୍ରକୃତିରେ ରଙ୍ଗଭରି
ଫଗୁଣର ଫଗୁଖେଳେ ମାତିଥାନ୍ତି
ପିତବାସଙ୍କୁ ସେ ଧରି/୪
ଶ୍ୟାମ ସୁନ୍ଦରଙ୍କ ପ୍ରତିଛବି ଧରି
ଜନ ସମାଗମ ହୁଏ
ଦୋଳ ଗୋବିନ୍ଦଙ୍କୁ ଦୋଳ ଳୀଳା କରି
କୃଷ୍ଣାୟିତେ ମନ ଦିଏ /୫
କୃଷ୍ଣକାନ୍ତି ରୂପ ଅନୁଭବ କରି
ଫଗୁଣର ଫଗୁଖେଳେ
ନଵ ଜୀବନର ଵସନ୍ତ ଉଲ୍ଲାସେ
ରାଧାକୃଷ୍ଣ ନାମ ମେଳେ /୬
ଫୁଲ ପାଖୁଡ଼ାରେ ଅଵିର ନାଚଇ
ଘରେ ଘରେ ପୁରେ ପୁରେ
ନାଦିଆ ଚାନ୍ଦଙ୍କୁ ମନରେ ରଖିଣ
ହରେକୃଷ୍ଣ ନାମ ଧରେ/୭
କୃଷ୍ଣକଳା କାହିଁ ହଜିଯାଇଅଛି
ପ୍ରକୃତି ପ୍ରକୃତ ରଙ୍ଗ
ଫଗୁଣର ଫଗୁଖେଳରେ ମିଶାନ୍ତି
କୃତ୍ରିମ ରଙ୍ଗର ଢଙ୍ଗ /୮
ନଵ କିଶଳୟେ ରାଧା ପ୍ରେମ ଜାଗୁ
ଫଗୁଣର ଫଗୁଖେଳେ
ହ୍ଲାଦିନୀ ଶକ୍ତିରେ ପରାଭକ୍ତି ଜାଗୁ
ଜୀବନର ଗତି ମଧ୍ୟେ /୯
ଜଗନ୍ନାଥମୟ ହେଉ ଏ ଜଗତ
ଫଗୁଣର ଫଗୁଖେଳେ
ପ୍ରାକୃତିକ ରଙ୍ଗେ ରଙ୍ଗିଯାଉ ମନ
ପାବନ ଖେଳର ମେଳେ /୧୦
