STORYMIRROR

Bharati Dash

Others

4  

Bharati Dash

Others

ନାରୀର ଅ଼ଃନ୍ତସ୍ବର

ନାରୀର ଅ଼ଃନ୍ତସ୍ବର

1 min
322


ଗଭୀରତମ ତା ହୃଦ ପ୍ରଦେଶରୁ

କୁମାରୀ କୁ କହେ ନାରୀ 

କୁମାରୀ ତ୍ଵ ରକ୍ଷା କରିବ ମାଆଲୋ

ନାରୀତ୍ବ ପ୍ରତିଭା ଧରି ।


ଅପେକ୍ଷା କରିବ ସମୟକୁ ତୁମେ

ସଦା ସତ୍ୟ ପଥେ ରହି

ବିମର୍ଶ ଅବଧି ପରିସର ମଧ୍ଯେ

ସମର୍ପଣ ହେବ ନାହିଁ ।


ପିତା ମାତା ଆଗେ ସର୍ଵଦା ସତ୍ଯତା

ନିତି ପ୍ରତି ଟିପ୍ପଣୀ ରେ

ବିଶ୍ବାସ ଯୋଗ୍ୟତା ସମ୍ଭାବନା ଦେଇ

ଚୈତନ୍ୟ ପବିତ୍ରତାରେ ।


କୁମାରୀ ତ୍ଵ ତୁମ ନାରୀତ୍ବ ଅଟଇ

ପବିତ୍ର ମନନ ମଧ୍ୟେ

ପାବନ ମୟୀରେ ନାରୀ ନାରାୟଣୀ 

ରହଇ ସକଳ କାର୍ଯ୍ଯେ ।


 ଆଜ୍ଞାମାଳ ଦେବ ସମୟ ତୁମକୁ

ଧୈର୍ଯ୍ୟ ଏକା ଆଶା ବାଡି

ଆଲୋକ ଵର୍ତ୍ତିକା ଅନୁସନ୍ଧାନରେ

ଜୀବନ ଦିଅ ସଜାଡି ।


ନାରୀର ବେଦନା ଅଃନ୍ତସ୍ବର ମୋର

କୁମାରୀ କୁ ବାଢେ ସ୍ବର

ସମର୍ପଣେ ତୁମେ ଜଳାଞ୍ଜଳି ନୋହୁଁ

ଇଚ୍ଛା ପିତା ମାତାଙ୍କର ।


ତୁମ ସ୍ବାଭିମାନ ଆଗକୁ ବଢିଣ

ନିଜ ଗୋଡେ ଛିଡ଼ା ହୁଅ

ପିତାଙ୍କୁ ସତ୍ୟତା ମାତାଙ୍କ ଦାୟିତ୍ଵ

ପାବନୀ ନାମେ ନିର୍ବାହ ।


ପର ପୁରୁଷ ତ ଜାଣିନ ପାରଇ

ଆଧୁନିକୀକରଣରେ

ଆଵର୍ତ୍ତମାନ କୁ ସମ୍ଭାଳିଵ ତୁମେ

ପବିତ୍ର ମନନ ତାରେ ।


ବିଶିଷ୍ଟା ଚାରରେ ହୃଦ ମହାରାଣୀ

ତୁମେ ତୁମ ଯୋଗ୍ୟତା ରେ

କୁମାରୀ ତ୍ଵ କେବେ ସମର୍ପଣ ନୋହୁଁ

ରଖ ତୁମ ନାରୀତ୍ବ ରେ ।


ସତ୍ୟ ସ୍ବାଭିମାନ ଅଃନ୍ତସ୍ବର ଅଟେ

ନାରୀ ନାରାୟଣୀ ହୁଏ

ମୁଠାଏ ଖାରରେ ମାଟିରେ ମିଶିବ

ପଞ୍ଚଭୂତ ଆଜ୍ଞା ଦିଏ ।


ବିଭୂପଦ ସ୍ମରି ବିଶିଷ୍ଟା ହୁଅଗୋ

ଦୁଇକୁଳ ଶ୍ରେଷ୍ଠା ହୋଇ

ମାତା ପିତା ଗୁରୁଜନ ଆଶୀର୍ବାଦେ

ହୁଅ ତୁମେ ସଦାଚାରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍