STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କାଳିଆର ଡୋର

କାଳିଆର ଡୋର

1 min
300


କାଳିଆର ଡୋର ଅଛି ବୋଲି ସିନା

      ଧାଇଁ ଆସିଛି ମୁଁ ପୁରୀ

ନେତ୍ର ପୁରାଇକି ଦେଖୁଛି ତାହାଙ୍କୁ

      ଶ୍ରୀ ମନ୍ଦିର ସାରା ଘୂରି।

ଅପଲକ ନେତ୍ର ପଲକ ପଡେନି

      ଭୁଲାଏ ସଂସାର ଦୁଃଖ

ଅଳି କରି ମାଗେ କାଳିଆ ଛାମୁରେ

      ନ ଦିଅ ଅଳିକ ସୁଖ।

ଅଢେ଼ଇ ଦିନିଆ ମଣିଷ ଜୀବନେ

      ଲୋଡା ନାହିଁ ସ୍ବର୍ଗ ଶିରି

ବଞ୍ଚିବି କେବଳ ତାଙ୍କରି ସୃଷ୍ଟିରେ

      ତାଙ୍କ କର୍ମ କରି କରି।

ପ୍ରତିଟି କରମ ଅର୍ପିବି ତାହାଙ୍କୁ

      ଯାହା ହେଉ କର୍ମଫଳ

ମୋ ଠାରେ ସୁଦୟା କରିବ ହେ ପ୍ରଭୁ

      ଏଇ ମୋ ଧରମ ବଳ।



Rate this content
Log in

Similar oriya poem from Action