କନ୍ୟାରତ୍ନ
କନ୍ୟାରତ୍ନ
ରହସ୍ୟମୟ ଏ ଦୁନିଆକୁ କିଏ
ଅତି ନିକଟରୁ ବୁୁଝେ
ସବୁ ସରିଗଲେ ଆଖି ବୁଜିିିଦେଉ
ଲୁହ ପିିିଇପିଇ ନିିିଜେ।
ବିଚିତ୍ର ବ୍ରହ୍ମାଣ୍ଡ ଅଦ୍ଵିତୀୟ ସ୍ୱର
ସୃଷ୍ଟିର ଅନନ୍ତ କାଳ
ନହେଲେ ଅଚଳ ପିଣ୍ଡେପିଣ୍ଡେ ପ୍ରାଣ
ବସୁୁଧା ବି ଟଳମଳ ।
ପାତର ଅନ୍ତର ଏମନ୍ତ ଭାବନା
ସର୍ବସ୍ଵ ବେଦନା ବୋଝ
କୃତି ସମତୁଲ ଅଜଣା ଫାଶରେ
ଅନ୍ୟକୁ ନିଜଠି ବୁୁୁଝ।
ଫୁଲପରି ସିଏ କୋମଳ ଏମିତି
ପ୍ରେମମୟ ତାର ଆଭା,
କେତେ ଅପରୂପ ମାଆଠୁ ଆରମ୍ଭ
ବହୁଗୁଣେ ପାଏ ଶୋଭା।
ଜୀବନ୍ତ ପୃଥିବୀ ତାପାଇଁ ଯେମିତି
ଅୟୁତ ଯୁଗର ସ୍ମୃତି
ଅଭୁୁୁଲା ସେ ଚୀର ମମତା ଭଣ୍ଡାର
ପ୍ରେମର ଆଲୋକ ଜ୍ୟୋତି।
କିନ୍ତୁ ଉପଭାଷା ମନରେ ଦୁର୍ବଳ
ବଢାଏ ଅଲୋଡ଼ା ମିଥ୍ଯା
ତେଣୁ ଉଚ୍ଚଶିକ୍ଷା ସମସ୍ତ ତାଣ୍ଡବ
ନହେଉ ଭ୍ରୁଣର ହତ୍ୟା।
ମୋତିଠୁ ଉଜ୍ଜ୍ୱଳ ଅସରନ୍ତି ଖେଳ
ପ୍ରତିଭା ପଲକ ଭାରି
ମାଟିରୁ ଆକାଶ ଚନ୍ଦ୍ରପୃଷ୍ଠେ ଜ୍ଞାନ
ବାନ୍ଧିଛି ସପନ ଡୋରି।
ପୁରୁଷ ପ୍ରାଧାନ୍ୟ ସତଯୁଗ ବଳ
କ୍ରୁର ମାନଭାବ ବେଶି
ସମ ଭାବନାର ସମାନ ଚିତ୍ରଣ
ଅକାଳେ ନଯାଉ ଖସି।
ପୂରଣ ବିଚାର ପରିଚିତ ପ୍ରାୟ
ସମୟ ଦେଇଛି ଖଞ୍ଜି,
ଗଭୀର ଆଦର୍ଶ ପର ଆପଣାର
କୋଟିଏ ଭାବର ମଞ୍ଜିି ।
ଚେନାଏ ଚେନାଏ ହସର ଗାରିମା
ହୃଦୟ ମରମ ଲେଖା,
କନ୍ୟାରତ୍ନ ଟିଏ ପବିତ୍ର ପ୍ରାଣରେ
ଯୁଗେଯୁଗେ ହେଉ ଦେଖା ।
