STORYMIRROR

Shiba Charan Mahapatra

Romance Fantasy Others

3  

Shiba Charan Mahapatra

Romance Fantasy Others

ଚହଲା ପାଣିର ଛାଇ

ଚହଲା ପାଣିର ଛାଇ

1 min
241

ନିରବେ ଯେ ନିତି ନିଦ୍ରା ବିଦାରୀ ସ୍ୱପ୍ନ ମୋ ଯାଏ ଛୁଇଁ

ଅପ୍ସରୀ ଅବା ଅଶରୀରୀ ସେ ଚହଲା ପାଣିର ଛାଇ..!?

ଚନ୍ଦ୍ରାବଳୀ ସେ ଚନ୍ଦ୍ରକାନ୍ତା ମୁଁ ଘାରିଛି ତା ପ୍ରୀତି ନିଶା

କୁଞ୍ଚ କୁନ୍ତଳ କଳାମେଘ ଦେଖି ଜାଗେ ଏଇ ମନେ ତୃଷ୍ଣା..!!


ଭଲଲାଗେ ଭାରି ଦେଖିବାକୁ ଦୂର ଜଙ୍ଗଲ ଜଳିବା ଦୃଶ୍ୟ

ଭୋଗିଛ'କି ଭାଇ ଜଙ୍ଗଲଟେ ସାଜି ମୁର୍ଖ ନର ଉପହାସ..!?

ଜନ୍ମ ଜନ୍ମାନ୍ତର ଜରାଗ୍ରସ୍ତ ମ୍ଳାନ- ଅଳି- ଅର୍ଦ୍ଦଳି ଯେତେ

ସେ ଭାବେ ସେ ନିଦେ ଜାଳି ଦୈ ଯା'ନ୍ତି ସାଇତା ମୋ ଅହଂ ମୋତେ..!!


ଚିନ୍ତା ଚେତନା ମୋ କବଳିତ କରେ ଛାର ସେ ପାଣିର ଛାଇ

ଶାଶ୍ଵତ ମୋ ପ୍ରେମ ଯେହ୍ନେ ସୂର୍ଯ୍ୟ- ଚନ୍ଦ୍ର ବିସ୍ତୀର୍ଣ ଆକାଶ- ଭୁଇଁ..!?

ଅବା ଅବାନ୍ତର କୁହୁଡି କେ' ଢାଙ୍କି ପଥଭ୍ରଷ୍ଟ କରେ ପଥେ

ଅନ୍ଧାର ଆଗରୁ ଆଖି ଭୋଗେ ଯେହ୍ନେ ଆସନ୍ନ ଅନ୍ଧାର ଚିତ୍ତେ..!!


ବକ୍ଷଃସ୍ଥଳେ ବସି ଶୁଣାଉଛି ସେ ସଇ-ଈଶ ଉପାଖ୍ୟାନ

(କିନ୍ତୁ)ଚର୍ମ ଚକ୍ଷୁ ଘେନି ଚହଲା ପାଣିରେ ଆଙ୍କୁଛି ମୁଁ ମରୁଦ୍ୟାନ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance