ଖୋଜୁଛି ନିଜକୁ
ଖୋଜୁଛି ନିଜକୁ
କଳା ବାଦଲ କୁ କହିଲି ମୁଁ ଡାକି
ବରଷି ଯାଆରେ ମେଘ
କହିଲା ବାଦଲ ବନ୍ଧୁ ତୁମେ ମୋତେ
ପ୍ରିୟାର କୁନ୍ତଳେ ଖୋଜ ।
ଚନ୍ଦ୍ରମାକୁ ଦେଖି ମାଗିଲି ଜୋଛନା
କରିଦେଲା ସିଏ ମନା
କହିଲା ଚନ୍ଦ୍ରମା ଅଛି ତୁମ ପାଶେ
ନିରେଖ ତ ଚନ୍ଦ୍ରାନନା ।
ଫୁଲଙ୍କୁ କହିଲି ନେଇଯିବି ବାସ
ରଙ୍ଗରୁ କିଛି ମୁଁ ତୋଳି
କଲେ ସେ କାକୁତି ନକର ଏମିତି
ପ୍ରିୟା ହସ ଫୁଲ କଳି ।
କହିଲି ସୂର୍ଯ୍ୟଙ୍କୁ ଢାଳ ଅବିରାମ
ପ୍ରଭାତେ ସୁନା କିରଣ
କହିଲେ ସୂରୁଜ ଆଖିକୁ ତରାଟି
କଷ୍ଟ କଲେ ମିଳେ କୃଷ୍ଣ ।
ପ୍ରିୟତମା ତୁମେ ଅଟ ଅନୁପମା
ସୈ।ନ୍ଦର୍ଯ୍ୟର ଗନ୍ତାଘର
ଖୋଜିଲେ ତୁମକୁ ପାଇବି ନିଜକୁ
ଗୋଟାପଣେ ଅବିକଳ ।

