STORYMIRROR

Tapaswini DashSarangi

Abstract Fantasy

3  

Tapaswini DashSarangi

Abstract Fantasy

ହେ କବିତା

ହେ କବିତା

1 min
194


ହେ କବିତା,

ତୁମେ କବି ମାନସପଟ୍ଟର

ଚିତ୍ରିତ ଭାବନା ଗାର

ହେ କବିତା,

ତୁମେ କବି ହୃଦୟର

ଅଙ୍କିତ ବେଦନା ଧାର।

ହେ କବିତା,

ତୁମେ ସ୍ନିଗ୍ଧ ସକାଳର

ହିମ ଭିଜା ଘାସ ଫୁଲ

ହେ କବିତା,

ତୁମେ ଗୋଧୂଳି ଲଗନେ

ନୀଡ଼ ଫେରା ଖଗ ଦଳ।

ହେ କବିତା,

ତୁମେ ବସନ୍ତ ସମୀରେ

ବହୁଥିବା ପ୍ରେମସୁରା

ହେ କବିତା,

ତୁମେ ମେଘ ପଟ୍ଟୁଆରେ

ନିର୍ଝର ଶ୍ରାବଣୀ ଧାରା।

ହେ କବିତା,

ତୁମେ ନିଝୁମ୍ ରାତିର

ଗଙ୍ଗଶିଉଳି ମହକ

ହେ କବିତା,

ତୁମେ ତାରା ଫୁଲ ବନେ

କାନ୍ତିମୟ ଚନ୍ଦ୍ରାଲୋକ।

ହେ କବିତା,

ତୁମେ ଫଗୁଣ ରଙ୍ଗରେ

ପୀରତିମୟ ଅବିର

ହେ କବିତା,

ତୁମେ ଭଗ୍ନ କୋଣାର୍କରେ

ବିଭୋର ଶିଳା ପ୍ରସ୍ତର।

ହେ କବିତା,

ତୁମେ ଏନ୍ତୁଡି ଶାଳର

ମମତା ଭରା ପରଶ

ହେ କବିତା,

ତୁମେ ମଶାଣି ଅନଳେ

ଜଳୁଥିବା ଅବଶେଷ।

ହେ କବିତା,

ତୁମେ କବି ଜୀବନରେ

ମୃଦୁ ବାଆ ଚଇତିର

ହେ କବିତା,

ତୁମେ କବି ଲୁହଧାରେ

ବିରହ ସଙ୍ଗୀତ ସୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract