STORYMIRROR

Bharatabandhu Biswal

Romance Fantasy Others

3  

Bharatabandhu Biswal

Romance Fantasy Others

ଭାବ ସମୁଦ୍ର

ଭାବ ସମୁଦ୍ର

1 min
202


ଦୁର୍ବୋଧ ଏ ସମୁଦ୍ରର ମନକଥା

ଦୁର୍ନିବାର ଅଟେ ତାର ନିବିଡ଼ ଅଶ୍ଳେଷ

ଭାବାବେଗ ଉଦବେଳନ ପ୍ରଚଣ୍ଡ ପ୍ରଶସ୍ତ

ବେଳାବୁକୁ ଆକର୍ଷଣ ଅସୀମ ଅନନ୍ତ ।

ଧାଇଁ ଆସି ନିଏ ସେ ପାଛୋଟି

କଳକଳ ନିନାଦରେ ପଖାଳଇ ପାଦ

ଅନାବିଳ ତା ଆତିଥ୍ୟେ ଭୁଲିଯାଏ

 ଦୁଃଖ ଶୋକ ସଙ୍କୀର୍ଣତା

ମନ ହୁଏ ସତେଜ ଆନନ୍ଦ,

 ଅନାବିଳ ଅନ୍ତରଙ୍ଗ ତା ସ୍ୱଭାବ

ଅବିଚ୍ଛେଦ୍ୟ ତା ଆତ୍ମିକ ଭାବ ।

ଉତ୍ତାଳ ତା ସୁକୋମଳ ଅଙ୍କେ

ଚଳିପାରେ ଆଶାତରୀ,ସ୍ୱପ୍ନ ସବୁ

ଫୁଲ ହୋଇ ଫୁଟେ

ପ୍ରତିଦାନେ ଜାଗି ଉଠେ ସବୁଜିମା

କୁଳଲଙ୍ଘେ ଯଉବନ 

ସୁଗନ୍ଧିତ ମଳୟ ସମୀରେ,

ଝଲସେ ମମତା ସ୍ନେହ

ପ୍ରାଣହୀନ ଶିଳା ଦେହେ ଅବିକଳ

 ଗଢି ଉଠେ ତା'ର ପ୍ରତିରୂପଟିଏ।

ଆଶା ବାନ୍ଧି ବସିଥାଏ ସିଏ

କେବେ ବା କେଉଁଠି ହେଲେ ଦେଖାହେବ

ମିଶିଯିବେ ତା ସହ ସ୍ରୋତସ୍ୱନୀ ନଦୀଟିଏ

କୁଳୁକୁଳୁ ମଧୁର ନିର୍ଝରେ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance