STORYMIRROR

Bharatabandhu Biswal

Romance Fantasy Others

3  

Bharatabandhu Biswal

Romance Fantasy Others

ତୁମେ ଅନୁପମା

ତୁମେ ଅନୁପମା

1 min
230


ଜହ୍ନ ପରି ଫୁଲ ପରି ଢଳ ଢଳ ସୁକୋମଳ

 ଆମେ ଦୁହେଁ ଏକ ମନପ୍ରାଣ 

କାୟା ପଛେ ଛାୟା ପରି ବିଜଡ଼ିତ ଦେହପ୍ରାଣ

 ସବୁଜ ସୁନ୍ଦର ସ୍ୱପ୍ନ ଆମ ନୁହଁ ଭିନ୍ନାଭିନ୍ନ ।

ଜହ୍ନ ଯେବେ ଫିକା ଦିଶେ ଲୁଚି ଯାଏ

 ଉଙ୍କିମାରି ଝରକା ଫାଙ୍କରେ

ସଞ୍ଜବତୀ ଜାଳି ପ୍ରିୟା ଚଉଁରା ମୂଳରେ

ନିତି ଯେବେ ମଙ୍ଗଳ ମନାସେ

ମୁହଁରୁ ତା ଜୋଛନା ଝଲସେ,

ତା ଆଖିରେ ମୋ ସ୍ୱରୂପ ଅବିକଳ ଦିଶେ,

ପ୍ରଫୁଲ୍ଲ କମଳ ଫୁଟେ ମନ ସରୋବରେ

ମଳୟ ସମୀର ବହେ ସପ୍ତରଙ୍ଗେ

ଇନ୍ଦ୍ରଧନୁ ଶୋହେ ।

ସୁରଭିତ ମନ୍ତ୍ର ମୁଗ୍ଧ ସମ୍ମୋହନ ରୂପରସ

ପ୍ରିୟତମା ନିବିଡ଼ ଅଶ୍ଳେଷ

ଚିରନ୍ତନ ପ୍ରେମ ମଧୁ ସମ୍ପର୍କ ବନ୍ଧନ

ସାଥି ତୁମେ ପ୍ରିୟତମା ଅଟେ ଅନୁପମା

ଇହପର ଜୀବନ କାଳର ।

ବୁଝି ମୁଁ ପାରିଛି ଅଳ୍ପ ଶିଖିବାକୁ ଅଛି ବାକି

ଜୀବନରେ ଆହୁରି ବହୁତ

ପ୍ରିୟତମା କହୁଛି ମୁଁ ସତ ସତ 

ତୁମ ହାତେ ଛନ୍ଦି ହାତ ଚାଲିଛି ମୁଁ ଚାଲୁଥିବି

ଅସରନ୍ତି କଷ୍ଟ ପଥ

ଅନାଦି କାଳ ପର୍ଯ୍ୟନ୍ତ

ଅମୃତ ସଚ୍ଚିଦାନନ୍ଦ ପ୍ରାପ୍ତି ଆମରି ଲକ୍ଷ୍ୟ ।

ସ୍ମରୁଅଛି ନିତ୍ୟ ପ୍ରେମେ ପୁଲକିତ

ମାୟାଧରଙ୍କର କାବ୍ୟ ଅକ୍ଷର

ତୁମ ସମ୍ବୋଧନେ ସ୍ପନ୍ଦଇ ହୃଦୟ

ପ୍ରାଣ ପ୍ରିୟା ତୁମେ ମୋର ।


"ସକଳେ ଡାକନ୍ତି ତମେ ତମେ ବୋଲି

ସେ ତମେ ତ ମୂଲ୍ୟ ନାହିଁ

ତୁମେ ଯଦି କୁହ ମୋତେ ତମେ ବୋଲି

ଏତେ ମିଠା କାହିଁ ପାଇଁ ।"

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance