STORYMIRROR

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ମୁଁ ସମ୍ପୂର୍ଣ୍ଣ କି

ମୁଁ ସମ୍ପୂର୍ଣ୍ଣ କି

1 min
155


ମୁଁ ଏକ ଆଲୋକ କଣ ପାଗଳ ଭ୍ରମର 

ଜହ୍ନ ଫୁଲେ ସାଇତା ମୋ ଚର୍ଯା ଜୀବନର ।

 ରୂପ ରସ ଗୁଣ ଗନ୍ଧ ପୂର୍ଣ୍ଣତାକୁ ପ୍ରାପ୍ତି ଲାଗି 

   ଚଳମାନ ମୋ ଜୀବନ ସ୍ୱସ୍ତିକର ଚକ୍ର ।

କେବେ ଦିଶେ ମନାକାଶେ ଦାଆପରି

ଅଙ୍କାବଙ୍କା ଅସ୍ପଷ୍ଟ ବା ବକ୍ର

ବଢି ବଢି ଯାଏ କେବେ ଗୁଣ ଉଜ୍ଜ୍ୱଳତା

ପୁଣି କେବେ ହୁଏ ହ୍ରାସ 

ମଧୁ ଚକ୍ର ବାସଗୁଣ ମଉଳି ବି ଯାଏ,

କେବେ ପୁଣି ଦୁର୍ଯୋଗକୁ ଗ୍ରାସିଯାଏ 

ରାହୁକେତୁ ସ୍ୱରୂପ କୁ ଜୀବନକୁ

କାଳ ଅକାଳରେ ।

କିନ୍ତୁ ଜୀବନ ଲାଗେ ସ୍ୱଚ୍ଛନ୍ଦ

ତୁମେ ଥିଲେ ସାଥେ

ତୁମ ସହ ଏକାକାରେ ଷୋଳକଳା ପରିପୂର୍ଣ୍ଣ

ତୁମ ବିନା ଏକୁଟିଆ ଜୀବନଟା

ଶୂନ୍ୟ ଶୂନ୍ୟ ଖାଲି ଖାଲି ଲାଗେ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance