ମୁଁ ସମ୍ପୂର୍ଣ୍ଣ କି
ମୁଁ ସମ୍ପୂର୍ଣ୍ଣ କି
ମୁଁ ଏକ ଆଲୋକ କଣ ପାଗଳ ଭ୍ରମର
ଜହ୍ନ ଫୁଲେ ସାଇତା ମୋ ଚର୍ଯା ଜୀବନର ।
ରୂପ ରସ ଗୁଣ ଗନ୍ଧ ପୂର୍ଣ୍ଣତାକୁ ପ୍ରାପ୍ତି ଲାଗି
ଚଳମାନ ମୋ ଜୀବନ ସ୍ୱସ୍ତିକର ଚକ୍ର ।
କେବେ ଦିଶେ ମନାକାଶେ ଦାଆପରି
ଅଙ୍କାବଙ୍କା ଅସ୍ପଷ୍ଟ ବା ବକ୍ର
ବଢି ବଢି ଯାଏ କେବେ ଗୁଣ ଉଜ୍ଜ୍ୱଳତା
ପୁଣି କେବେ ହୁଏ ହ୍ରାସ
ମଧୁ ଚକ୍ର ବାସଗୁଣ ମଉଳି ବି ଯାଏ,
କେବେ ପୁଣି ଦୁର୍ଯୋଗକୁ ଗ୍ରାସିଯାଏ
ରାହୁକେତୁ ସ୍ୱରୂପ କୁ ଜୀବନକୁ
କାଳ ଅକାଳରେ ।
କିନ୍ତୁ ଜୀବନ ଲାଗେ ସ୍ୱଚ୍ଛନ୍ଦ
ତୁମେ ଥିଲେ ସାଥେ
ତୁମ ସହ ଏକାକାରେ ଷୋଳକଳା ପରିପୂର୍ଣ୍ଣ
ତୁମ ବିନା ଏକୁଟିଆ ଜୀବନଟା
ଶୂନ୍ୟ ଶୂନ୍ୟ ଖାଲି ଖାଲି ଲାଗେ ।

