STORYMIRROR

Gangotri Priyadarshini

Fantasy Inspirational

3  

Gangotri Priyadarshini

Fantasy Inspirational

ସଂସାର ତତ୍ତ୍ଵ

ସଂସାର ତତ୍ତ୍ଵ

1 min
236

ଜୀବନ ନଉକା ସୁଖ ଦୁଃଖ ଯାତ୍ରୀ

ହୃଦୟେ ଗ୍ରହଣ କଲେ

ଆସୁ ଜୀବନରେ ଯେତେ ଝଡ଼ଝଂଜା

ପ୍ରମାଦ ନପଡେ ଭଲେ ।।


ସଂସାର ସାଗରେ ବନ୍ଧୁ ପରିଜନ

ଉତ୍ତମ ଭାବରେ ବନ୍ଧା

ଥିଲେ ଥାଉ ଯେତେ ଜଟିଳ ସେ ପଥ

ଆମେ ଗୋଟିଏ ମାଳରେ ଛନ୍ଦା ।।


ଜ୍ଞାନ ଆହରଣ ଜଗତେ କାରଣ

କର୍ମ ପଥ ଅନୁସରି

କର୍ମ ମାନଦଣ୍ଡ ଅର୍ଥ ଯେ ପ୍ରଚଣ୍ଡ

ବାହି ନେବା ପ୍ରାଣ ତରୀ ।।


ଇତରେ ସାହାଯ୍ୟ ଆକୁଳ ସାନ୍ତ୍ଵନା

ଅଟେ ମାନବୀୟ ଗୁଣ

ମଣିଷ ଜୀବନ ଅଟଇ ଦୁର୍ଲଭ 

ସମ ଭାବେ ବାସ ଶୁଣ ।।


ସତ୍ୟ ଧର୍ମ ନ୍ୟାୟ ପଥ ଯେ କଠିନ

ଧର୍ଯ୍ୟ ଏକା ନିଶ୍ଚେ ସାଥେ ଥିଲେ

ଆପଣା ସଙ୍ଗତେ ସୁଗମ ଯାତ୍ରା

ପଥ ଦୂର ଦିଶେ ଭଲେ ।।


ମଧୁର ବିନୟ ବଚନ କହି ତୋଷିବ

ଜନ ମନ ଆହେ ବିଜ୍ଞଜନ

ସଂସାରେ ଅମୃତର ବର୍ଷା ନିଶ୍ଚେ

ଭାତୃତ୍ବ ଭାବେ ଏକ ପ୍ରାଣ ।।


ହିଂସା କ୍ରୋଧ ଲୋଭ ଶତ୍ରୁ ଯେ ଅଟନ୍ତି

ନିମ୍ନଗାମୀ ମଣିଷତ୍ଵ

ସ୍ନେହ ସଦଭାବନା ପରକୁ ଆପଣା

ସମ୍ପର୍କ ବୁଝିବା ଗୁରୁ ଦାୟିତ୍ବ ।।


କୃଷକ ସୈନିକ ନିତ୍ୟ ସହାୟକ

ଦେଶ ହିତେ ଲୁହ ଲହୁ ଢାଳେ

ଶ୍ରେଷ୍ଠ ସେବକ ଯେ ମଣିଷ ମନରେ

ସମ୍ମାନ ସର୍ବଦା ମନେରଖି ଚାଲେ ।।


ସହାବସ୍ଥାନ ରେ ସମଭାଗିତାରେ

ପ୍ରକୃତି ଦାନ ସ୍ଵିକାରୀ

ଧରାରେ ଅତିଥି ଏ ଜୀବ ଜଗତୀ

ଈଶ୍ୱର ବରଦାନକୁ ସୁମରି ।।


ହେ ଈଶ୍ୱର ତୁମ ଛତ୍ରଛାୟା ତଳେ

ଶାନ୍ତି ପରାପତ ସଦା ହେଉ

ଶେଷ ଯାତ୍ରା ମୋର ବିଶ୍ଵ ଦରବାରେ

ତୁମ ଶ୍ରୀଚରଣେ ଦିନ ଯାଉ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy