ସ୍ୱପ୍ନ
ସ୍ୱପ୍ନ
ଯେଉଁ ରାଗ ମୂର୍ଚ୍ଛନା
ତୋଳୁଥିଲ ଶ୍ୟାମ
ତମ ରଂଗ ଓଠ ଛୁଆଁ
ମୂରଲୀ ସ୍ୱନେ
ସେଇ ମୂର୍ଚ୍ଛନା ମୁଁ
ତୋଳି କି ପାରିବି
ଏଇ ବେଳାଭୂମି
ବାଲୁକା ବନେ ?
ତମେ ରଚୁଥିଲ
ପ୍ରେମଭିଜା ହଲ୍ଲୀଷକ
ବୃନ୍ଦାବନ କୁଞ୍ଜେ
ଯମୁନା ତଟେ
ତମ ମୋହନ ବଂଶୀର
ବେପଥୁ ତରଂଗେ
ରାଧା ଅପଘନେ
କଦମ୍ୱ ଫୁଟେ ।
ମୋ'ର ଏ ମୂରଲୀ
ସୃଜିବ କି କେବେ
ବେପଥୁ ପ୍ଲାବନ
ମୋ ରାଧିକା ଅଂଗେ
ଫୁଟିବ କି କେବେ
ସହସ୍ର କଦମ୍ୱ
ମୋ ହୃଦ ବୃନ୍ଦାବନ
ବାସନ୍ତୀ କୁଞ୍ଜେ ?