ସ୍ମୃତି
ସ୍ମୃତି
ସ୍ମୃତି ଟିଏ ଜହ୍ନ ରାତି ଭେଟି ଦେଇ ପାରେ
ସେଇ ସ୍ମୃତି ବହି ଯାଏ ଆଖି ଲୁହ ଧାରେ
ସ୍ମୃତି ପୁଣି ନଈ ପଠା ସାଥିର ବଇଁଶୀ ସ୍ଵନ
ସ୍ମୃତି ଏକା ବୁଝି ପାରେ ଏଇ ଅମାନିଆ ମନ ।।
ସ୍ମୃତି ସେତ ଦୂର ଦେଶୀ ବନ୍ଧୁର ମେଲାଣି ଶପଥ
ସାକ୍ଷୀ ଏକା ସ୍ମୃତି ଅଛି କଥା ଥିଲା ଛାଡିବନି ହାତ
ସ୍ମୃତି ଆଜି ଖୋଲାକାଶେ ଡେଣା ଝଡ଼ା ପକ୍ଷୀ
ସ୍ମୃତି ଟିଏ ନିଆଁ ଝୁଲ କେହି ନପାରନ୍ତି ଦେଖି ।।
