STORYMIRROR

Tapaswini DashSarangi

Classics Fantasy Inspirational

3  

Tapaswini DashSarangi

Classics Fantasy Inspirational

ଦିବ୍ୟ ଅନୁଭବ

ଦିବ୍ୟ ଅନୁଭବ

1 min
207

ଆହାଃ! ସତେ ଏକ ଦିବ୍ୟ ଅନୁଭବ

କି ସେ ଦିବ୍ୟ ଅନୁଭୂତି

ଆତ୍ମା ପରମାତ୍ମାର ମିଳନ

ଭକ୍ତ ଭଗବାନଙ୍କ ମିଳନ।


ଆହାଃ ! ସତେ ଏକ ଦିବ୍ୟ ଅନୁଭବ

ଅନୁଭୂତିରେ ହୃଦ କନ୍ଦରେ

ଏକ ଐକାନ୍ତିକ ଆଲିଙ୍ଗନ

ତନୁରୁହରୁ ଏକ ଅପୂର୍ବ ଉପଲବ୍ଧି।


ଆହାଃ !ସତେ ଏକ ଦିବ୍ୟ ଅନୁଭବ

ନୟନଯୁଗଳର ସେ ଅନୁଭୂତି

ଦୁଇ ଯୋଡା ନୟନର ସେ

ଅପୂର୍ବ ମିଳନ ଭୂଲିଯାଇଥିଲା

ମାୟା ପରଳର ମିଛ ସଂସାରକୁ

ଅଜାଣତରେ ଆଖି ସନ୍ଧାରୁ ଅବିରତ ଅଶ୍ରୁ ଧାର।


ଆହାଃ ! ସତେ ଏକ ଦିବ୍ୟ ଅନୁଭବ

ନାସିକାର ସେ ଅନୁଭୂତି

ମୃଗମଦ ଗନ୍ଧସାର କର୍ପୂର ଗନ୍ଧରେ

କସ୍ତୁରୀମୃଗ ପରି ମତ୍ତ ପ୍ରାୟ

ବିକଳ ମନଟି ଖୋଜୁଛି ପରମାତ୍ମାଙ୍କୁ।


ଆହାଃ ! ସତେ ଏକ ଦିବ୍ଯ ଅନୁଭବ

ରସନାର ସେ ଦିବ୍ୟ ଅନୁଭୂତି

ନିର୍ମାଲ୍ୟର ସ୍ପର୍ଶରେ

ଅନେକ ଦିନର କ୍ଷୁଧାତୁର ଉଦର

ଶାନ୍ତିର ମୋକ୍ଷ ପାଇବାର ସେ କାମନା।


ଆହାଃ ! ସତେ ଏକ ଦିବ୍ୟ ଅନୁଭବ

ଗଳାର ସେ ଦିବ୍ୟ ଅନୁଭୂତି

ଗାଇ ନଜାଣି ବି ସେ 

ଗାଇ ଚାଲିଛି ଶ୍ରୀଗୀତଗୋବିନ୍ଦ

ବେତାଳିଆ ସୁର ଯେବେ

ପାଇଯାଏ ସୁର ଲୟ ତାଳ।

 

ଆହାଃ ! ସତେ ଏକ ଦିବ୍ୟ ଅନୁଭବ

ଚରଣ ଯୁଗଳ ଦୁହିଁଙ୍କ ସେ ଅନୁଭୂତି

ଅନ୍ତଃକରଣରେ ନିଜକୁ

ଦେବଦାସୀ ସଜେଇ

ଅଧମ ଅଧମାଙ୍ଗରେ ଘୁଙ୍ଗୁର ବାନ୍ଧି

ନୃତ୍ୟରତ ଆତ୍ମା।


ଆହାଃ ! ସତେ ଏକ ଦିବ୍ୟ ଅନୁଭବ

କରପତ୍ର ଯୋଡି ବିନମ୍ର ଚିତ୍ତରେ

ଜ୍ଞାତ ଅଜ୍ଞାତରେ ହୋଇଥିବା

କଳୁଷ କ୍ଷମା କରି

ମିଛ ମାୟା ଜାଲରୁ ଉଦ୍ଧାର ପାଇବାର

ଆଶାରେ ଭିକ୍ଷାତୁର ଆତ୍ମାର ନିବେଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics