STORYMIRROR

Drx Jasobanta Nayak

Inspirational Others

3  

Drx Jasobanta Nayak

Inspirational Others

ଜାତୀୟ ପତାକା

ଜାତୀୟ ପତାକା

1 min
174

ଉଡେ ଆଜି ଗଗନେ ପବନେ 

          ଭାରତ ମାତାର ପ୍ରତୀକ

ଶାନ୍ତି ମୌତ୍ରୀ ଏକତା ବିରତା

            ରଖିଛି ତାହାରି ଟେକ ।


ଗୁଣୁ ଗୁଣୁ ଗାଏ ସେ ଝରଣା

          କେତେ ସୁସଂଗୀତ ତାଳେ

ବହିଯାଏ ନିର୍ଝରିଣୀ ତଟିନୀ

           ଭାରତ ମାତାର କୋଳେ ।


ଚିନ୍ତା ଚେତନା ରୂପର କଳ୍ପନା

          କେତେଯେ ପରିଶ୍ରମ କରି

ତ୍ରିରଙ୍ଗାର ରୂପ ଚିତ୍ରି ଦେଲ

           ଦେଶ ସାରା ପୂର୍ବ ସୂରୀ ।


ଆଜି ଚଣ୍ଡାଶୋକ ଲଭେ ଧର୍ମାଶୋକ

            ବନ୍ଦନୀୟା ମାତୃ ଭକ୍ତି

ଦେଶ ପ୍ରେମ ଭାବ ଜାତିର ସ୍ୱଭାବ

           ତ୍ରିରଙ୍ଗା ତାହାର ଜ୍ୟୋତି ।


ପରାଧୀନତାର ଶୃଙ୍ଖଳ ବାନ୍ଧି

          ଇଂରେଜ ଦେଇଥିଲା ଧୋକା

ଶହ ଶହ ବୀର ଜୀବନ ବଦଳେ

           ଉଡୁଛି ଆଜି ଏହି ପତାକା ।

              

          


Rate this content
Log in

Similar oriya poem from Inspirational