STORYMIRROR

Drx Jasobanta Nayak

Others

3  

Drx Jasobanta Nayak

Others

ମାଆର ମମତା

ମାଆର ମମତା

1 min
211

କିଏ ସେ ହେବ ମୋ ମାଆ ପରି 

  ତା ନାମେ ରହିଛି ମଧୁରତା ଭରି !


ମାଆ ବୋଲି ଡାକିଦେଲେ ଥରେ 

  ଲାଗେ ସତେ ଅମୃତ ପଡଇ ଝରି!


ମାଆ ହାତର ମମତା ସ୍ପର୍ଶରେ 

   କେତେ ଯେ ସ୍ନେହ ରହିଛି ଭରି!


ମାଆର ସ୍ନେହଭରା ପ୍ରେମକୁ 

ପାରିବିନି ଭୁଲି ଯିବି ପଛେ ମରି!


ମାଆ ଥିଲେ ଏହି ଦୁନିଆରେ

       ସବୁ କିଛି ଲାଗେ ଭଲ!


ପିଲା ଦିନେ ଚାଲିବା ସିଖେଇଛି 

       ତା ଠାରୁ ପାଇଛି ବଳ!


ନଖାଇ ନପିଇ ଖୁଆଇଛି ମୋତେ 

   ଶାକତୁଣ୍ଡ ଖାଦ୍ୟ ପାନୀୟ ଜଳ!


ତା ବିନା କିଛି ନାହିଁ ଦୁନିଆରେ ମୋର 

      ଆଖି ହୁଏ ଖାଲି ଢଳଢଳ!


ମୋ ମନ କଥା ବୁଝିପାରୁଥାଏ 

ମୁଁ ଓଠ ଖୋଲି କହିବା ଆଗରୁ!


ମମତା ମିଶ୍ରିତ ଅମୃତ ଧାରା ପିଏଇ 

  ଋଣି କରି ରଖିଥାଏ ବହୁତ ପୂର୍ବରୁ!


 ସ୍ନେହର ପଣତକାନିରେ ରଖେ ଘୋଡେଇ

   ଯେତେ ସବୁ ମୋର ଅଝଟ ପଣକୁ!


ମୋ ଦୁଃଖେ ଦୁଃଖୀ ହୋଇସେ 

ପୋଛିଦିଏ ମୋ ଆଖିର ବୁନ୍ଦାବୁନ୍ଦା ଲୁହକୁ!


 ତା କୋଳରେ ଶାନ୍ତି ମିଳିଥାଏ 

    ଆଉଁସି ଦେଲେ ସେ ଥରେ!

 

ଆଖିପତା ବୁଜି ହୋଇ ଯାଏ 

      ମୋର ଗଭୀର ନିଦରେ!


ମାଆର ଦୁଃଖ କ୍ଳେଶ ଦେଖି 

      ମୋ ଆଖି ଲୁହ ଝରେ!


ଯେତେ ଝଡ ଝଞ୍ଜା ଆସୁ ପଛେ 

  ମାଆ ବିନା ରହିପାରିବିନି ଦୂରେ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍