STORYMIRROR

Drx Jasobanta Nayak

Others

3  

Drx Jasobanta Nayak

Others

==ଖରା ଦିନ == ଯଶୋବନ୍ତ ନାୟକ

==ଖରା ଦିନ == ଯଶୋବନ୍ତ ନାୟକ

1 min
269


ଧୀରେଧୀରେ ଆସିଯାଏ ଖରାଦିନ 

ଫାଲଗୁନ ମାସପରେ। 

ନାଳ ନଈ ପୋଖରୀ ଶୁଖାଇ 

ଚାଲିଯାଏ ତା ବାଟରେ  ll 


ସୂର୍ଯ୍ୟଙ୍କ ତେଜ ହୁଅଇ ପ୍ରଖର 

ଜଳହୁଏ ବାଷ୍ପୀଭୂତ। 

କଷ୍ଟଦାୟକ ଗରମ ପବନ 

ମନକୁ କରେ ଭ୍ରମିତ  ll 


ଝାଳ ବହୁଥାଏ ଶରୀର ଉପରେ 

ସବୁ ଦିନ ସବୁ ରାତି। 

ଖାଇବାକୁ ଯମା ଭଲଲାଗେ ନାହିଁ 

ଶୋଷ ଲାଗୁଥାଏ ଅତି ll 


ଜଳ ପରିମାଣ କମି କମି ଯାଏ 

ଲାଗେ ଭାରି ଦୁରୁବଳ। 

ଅଂଶୁଘାତ ମୁଣ୍ଡବିନ୍ଧା ବିପଦ 

କରିଥାଏ କଲବଲ  ll 


ଘରୁ ବାହାରି ହୋଇନାଥାଏ 

ଲାଗେ ସତେ କେତେ କଷ୍ଟ l 

ଝାଂଜି ଖରାରେ ଡହଳ ବିକଳ 

ଶୁଖି ଯାଏ ସଦା ଓ଼ଷ୍ଠ  ll 


ଆଜିଠୁ ସମସ୍ତେ ସାବଧାନ ହୁଏ 

ଖରାବେଲେ ଘରେ ରୁହ l 

ପିଏ ହେ ଭାଇ ପଇଡ ପାଣି ଦହି 

ସୁସ୍ଥ ସତେଜ ରହିବ ଦେହ ll 


ଖରାବେଳେ ନିଶା ସେବନ 

ନିଜ ଜୀବନ ପ୍ରତି ବିପଦ 

ମଦ ସିଗାରେଟ ପୁଡିଆ ଛାଡି 

ଘର ରୁହ ସଦା ସୁରକ୍ଷିତ ll 


କିଛିଟିକେ ହେଲେ ଧର୍ଯ୍ୟ ଧରିବା 

ହେବl ନାହିଁ ଭୟଭୀତ। 

ଖରାଦିନ ଭାରି ଶଙ୍କଟ ଅଟଇ 

ବେଳୁ ହୋଇବା ଜାଗ୍ରତ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍