କଲେଜ ବନ୍ଧୁତା
କଲେଜ ବନ୍ଧୁତା
ତୁମେ ଥିଲା ଲମ୍ବୋଦର ଛାତ୍ରୀ
ମୁଁ ଥିଲି ସେ କଲେଜ ର ଛାତ୍ର,,
କେବେ କଥା ହୋଇ ନଥିଲି
ମୁଁ ନଥିଲି ତୁମ ପ୍ରିୟ ପାତ୍ର........
ମୁଁ ଅଜଣା ଅଚିହ୍ନା ଥିଲି ତୁମର
ସେମିତିବି ଥିଲି ତୁମ ଜୁନିଅର,,,
ମାଟ୍ରିକ ପରୀକ୍ଷାରେ ଥିଲି ସହୋଦର
ମାଧ୍ୟମିକରେ ତୁମେ ହୋଇଗଲ ଜୁନିଅର.....
BKCP ରେ ଯେ କଲି ଆଡମିସନ
Pharmacy ପଢିବାକୁ ହେଲା ମନ
ତିନି ବର୍ଷ କାଟିବ ଏଠି ମୋ ଜୀବନ
ଦେଖୁଛି ରାତିରେ କେତେ ସପନ.....
କେବେ ଦେଖିଥିଲ କୋଉଠି ଥିଲ
ଜାଣେନା ମୁଁ ତାହାର ଉତ୍ତର,,,,
BKCP ଗ୍ରୁପ ରୁ ମୋ ନମ୍ବର ପାଇ
କରିଥିଲ ମୋତେ ପ୍ରଥମ କଲ....
ଦେଖି ନ ଦେଖି ବି ହୋଇଥିଲି ସାଥି
ଚାଟିଙ୍ଗ କରୁଥିଲୁ ଦିନ ରାତି,,,,
ତୁମ ସମ୍ପର୍କରେ ଯାଇଛି ମାତି
ମୁଁ ଜାଣେନା କିଛି ଜାତି ଅଜାତି.....
ମାନବ ଜୀବନ ପାଣି ଫୋଟକା
ସରି ଯାଏ କେବେ ହୋଇ ହାଏ ଏକା
ବିଶ୍ୱାସ କରି ବିଶ୍ୱାସ ରଖିଛି
ଦେଇ ଦେବ ନାହିଁ କେବେ ଧୋକା....
Online class କରୁଥିଲୁ କେତେ
ଦୂରେ ରହିବି ପାଖେ ଲାଗୁଥିଲ ସତେ
କେତେ ଗପସପ କରୁଥିଲୁ ସାଥେ
ଭୁଲି ଯିବନାହିଁ କେବେ ମୋତେ....
ଆମେ ସାଙ୍ଗ ସାଥି ହୋଇ ରହି ଥିବା
ଦୁଖେ ସୁଖେ ସାହା ହେବା,,,
ରାଗିଥିଲେ ମନେଇ ଦେବା
କାନ୍ଦୁଥିଲେ ହସେଇ ରଖିବା.....
ଆମ ସମ୍ପର୍କ ନୁହେଁ ଦିନେ ଦୁଇ ଦିନର
ସାଥି ହୋଇ ରହିଥିବା ଚିର ଦିନର,,
ବନ୍ଧୁତା ଅଟେ ମନର ବିଶ୍ୱାସର
ସେହିଁ ବନ୍ଧନରେ ବାନ୍ଧି ହୋଇ ହେବା ଅଗ୍ରସର.....
