STORYMIRROR

Drx Jasobanta Nayak

Romance Others

3  

Drx Jasobanta Nayak

Romance Others

❤️ଅଭୁଲା ସପନ❤️

❤️ଅଭୁଲା ସପନ❤️

1 min
179


ଆହେ ପ୍ରିୟତମା    ମୋ ମନର ଜୋସ୍ନା 

ତୁମେ କରିଛ ମୋତେ ପାଗଳ....

ଯେତେ ଦେଖୁଥିଲେ   ଯେତେ ଭାବୁଥିଲେ

ସରେନା ସଞ୍ଜ ପାହି ଯାଏ ସକାଳ....


ତୁମ ପ୍ରେମରେ ବନ୍ଧା    ତୁମ ପ୍ରେମରେ ଛନ୍ଦା

ଜୀବନକୁ ଲଗେଇ ଦେଇଛି ବାଜି

ନିତି ଦିନ ସାଥି        ତୁମକୁ ଝୁରୁଛି

ଆସିବ କେବେ ମୋ ରାଣୀ ସାଜି.....


ଦିବା ସ୍ବପ୍ନ ଦେଖେ      ଦେଖେ ପୁଣି ରାତି

ତୁମଛବି ଉଙ୍କିମାରେ ମୋ ମନେ ସାଥି

ଆସିଯାଅ ସପନେ    ରହିଯାଏ ମୋର ମନେ

ତୁମ ସ୍ପର୍ଶରେ ଥରି ଉଠେ ମୋର ଛାତି....


.ତୁମ ଓ଼ଷ୍ଠ ଚୁମ୍ବନ କରିଛି ପାଗଳ

କେମିତି ଭୁଲିବି ତୁମକୁ ମୋ ପ୍ରିୟା

ସପନରେ କେତେ     ବାକି ରହି ଯାଏ

ଅଛ ବୋଲି ମୋଠାରୁ ଦୁରିଆ.....


ପ୍ରଥମ ପ୍ରେମର  ପ୍ରଥମ ଅଭୁଲା ସୃତି

ସାଇତି ରଖିଛିଆଜି ମୋ ମନ 

କେମିତି ଭୁଲିବି  ଭୁଲି ପାରିବିନି

ଆମର ଏହି ଅଭୁଲା ସପନ.......




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance