ହେ ବିଘ୍ନେଶ
ହେ ବିଘ୍ନେଶ
ଆହେ ପ୍ରଭୁ ଗଣନାଥ ଗଉରୀ ଙ୍କ ନନ୍ଦନ
ତୁମେ ପ୍ରଭୁ ମୁକ୍ତିଦାତା ବିଘ୍ନେଶ ଗଜାନନ।
ତୁମ୍ଭ ଠାରୁ ସବୁ ଜ୍ଞାନ ହୋଇଅଛି ସୃଷ୍ଟି
ସେଥିପାଇଁ ସାରା ଜଗତ ରହିଅଛି ତିଷ୍ଠି. ।
ମାତା ପାର୍ବତୀଙ୍କର ପୁତ୍ର ତୁମେ ଗଣପତି
ସକାଳେ ସଞ୍ଜେ ଜାଳେତୁ ମରି ଆଳତି ।
ଅବୋଧ ରୁ ନିର୍ବୋଧ ହୁଅନ୍ତି ଜନେ ନିନ୍ଦାକରି
ତୁମ ଗୁଣ ଗାନ କରି ମୁଁର୍ଖ ଯାଏ ଭବୁ ତରି ।
ଗୁହାରି କରେ କର ଯୋଡି ମୋର ବିଘ୍ନେଶ
ତୁମରି ଦାନ ବଳେ କୃପା ଲଭେ ଶ୍ରୀ ଆଶିଷ ।
କରୁଛି ବିନତି ତୁମ ପାଦତଳେ ନିଜକୁ ନିଜେ
କିଦେଇ ପୂଜିବି ସତେ,ଭକ୍ତି ଅର୍ଘ୍ୟ ଢାଳି ପୁଜେ ।
ତୁମେ ପରା ସେହି ପ୍ରଭୁ ସଙ୍କଟ ମୌଚନ
ହେ ବିଦ୍ୟାଧର ତୁମରି ଯେ ମୂଷିକ ବାହନ ।
କଣ୍ଠରେ ମୁକୁତା ହାର ପ୍ରଭୁ ଅଜ୍ଞାନୀ ଅନ୍ତକ
ସୂର୍ଯ୍ୟ କୋଟି ପ୍ରକାଶିତ ବ୍ରହ୍ମଚାରୀ ବିନାୟକ ।
ମଧୁଗନ୍ଧ ପ୍ରସାରିତ ଆହେ ସୁଧା ଲଡୁ ଧାରୀ
ମନ୍ଦର ସ୍ୱରୂପ ବିରୂପ ଭୂଷିତ ଧର୍ମ ରକ୍ଷାକାରୀ ।
ଭାଦ୍ର ଶୁକ୍ଳ ପକ୍ଷ ଚତୁର୍ଥୀ ଅଟଇ ତୁମ ଜନ୍ମଦିନ
ସର୍ବ ସିଦ୍ଧି ବୁଦ୍ଧି ପ୍ରାପତ ହୁଏ କଲେ ତୁମ ପୂଜନ ।
