STORYMIRROR

Drx Jasobanta Nayak

Action Inspirational Others

4  

Drx Jasobanta Nayak

Action Inspirational Others

ଏହି ମୋ ଦେଶ ଭାରତ ଭୂଇଁ

ଏହି ମୋ ଦେଶ ଭାରତ ଭୂଇଁ

1 min
20


ଜାତୀୟ ପତାକା ଦେଶର ଅସ୍ମିତା

             ଆମ ପାଇଁ ସେ ଗୌରବ

ପବିତ୍ର ଭାରତେ ଚାରିଆଡେ ଦେଖ

              ତ୍ରିରଙ୍ଗା ଉଡୁଛି ସର୍ବ    ll


ଭାରତ ଆମର ସ୍ୱାଧୀନ ହୋଇଛି

              ଆମେ ତାହାରି ସନ୍ତାନ

ଆମରି ହାତରେ ଦେଶର ଶାସନ

             ରଖିବା ତାହାରି ସମ୍ମାନ    ll

  

ଆମେ ଗଢ଼ିବୁ ଦେଶକୁ ଆମର

               ରଖିବୁ ତାହାରି ଟେକ

ହିନ୍ଦୁ ମୁସଲିମ ଶିଖ ଖ୍ରୀଷ୍ଟିଆନ

               ସର୍ବ ଭାରତୀୟ ଏକ   ll


ତ୍ରି ରଙ୍ଗେ ତ୍ରିରଙ୍ଗା ପତାକା ଯାହାର

              ଗାଏ ଶାନ୍ତି ମୋୖତ୍ରି ଗୀତ

କର୍ମ ପରାୟଣ ଧର୍ମ ପରାୟଣ

              ଅଟେ ଯାହାର ସଂଗୀତ   ll


ଅହିଂସା ଧର୍ମରେ ସ୍ୱାଧୀନ ଆଣିଲେ

              ସେ ଆମ ଜାତିର ପିତା    

ପରାଧୀନ ଶିକୁଳି ରୁ ମୁକ୍ତି ପାଇଛି

             ସେହି ଆମ ଭାରତ ମାତା   ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action