STORYMIRROR

Drx Jasobanta Nayak

Others

3  

Drx Jasobanta Nayak

Others

ନାରୀ

ନାରୀ

1 min
235


ହେ ନାରୀ !! ତୁ କାହିଁକି କେବେ ପ୍ରତିବାଦ କରୁନି


ଯଜ୍ଞରୁ ସମ୍ଭୁତା ଯାଜ୍ଞସେନୀ ହୋଇ ବି


ସହିଯାଉ ପାଞ୍ଚପତିଙ୍କ ସୌର୍ଯ୍ୟକୁ ନେଇ


ସତୀ ସୀତା ହୋଇ ବି ରହୁ ବସୁଧାକୁ ଆଦରି


ହେ ନାରୀ !! ତୋର କେତେବେଳେ କେଉଁ ରୂପ


ଝିଅ, ଭଗିନୀ, ଜାୟା ଓ ଜନନୀ


ତୁ ପୁଣି ହୋଇପାରୁ ଅଭିମାନିନୀ ପ୍ରେୟସୀ


ଦେଖେଇପାରୁ ଦୁର୍ଗା ରୂପ ସମାଜ ମଙ୍ଗଳ ପାଇଁ


ହେ ନାରୀ !!! ତୁ ତ ସକଳଶକ୍ତିଧାରିଣୀ ଶକ୍ତିମୟୀ


ତଥାପି ସମସ୍ତଙ୍କ ଅତ୍ୟାଚାର ସହୁ କାହିଁକି


କାହିଁକି ରହୁ ଦୁଷ୍କର୍ମ ପୀଡ଼ିତା ଆଖ୍ୟା ପାଇ


କୁଳଟା‌ ପାଲଟୁ ସମସ୍ତଙ୍କ ପେଟ ଚିହ୍ନି ଚିହ୍ନି


ହେ ନାରୀ !! ତୁ ତ ଦୟାମୟୀ କୋମଳାଙ୍ଗୀ


ଛଳନା କରିପାରୁ ପ୍ରେମିକ ସହିତ କେମିତି


ଜନ୍ମକଲା ଛୁଆକୁ ଖାଦ୍ୟ ନ ଦେଉ ବା କାହିଁକି


ଶାଶୁ ଶ୍ୱଶୁରଙ୍କୁ ବଇରୀ ଭାବୁ କହ କେମିତି




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍