ଭିଜାମାଟି
ଭିଜାମାଟି
ପହିଲି ବର୍ଷାର ପୁଲକିତ ପଣ
ଆବୋରି ରଖିଛି ଏବେ ବି ମୋ ତନୁମନ
ଝିପି ଝିପି ହେଉ କି ଜାମୁ କୋଳିଆ
ପ୍ରଥମ ବର୍ଷା ର ପହିଲି ପରଶେ
ଭୂମିର ବାସ୍ନା
ଆଃ କି ମନୋରମ
ଉଚ୍ଚାଟ କରୁଛି ମୋତେ ।
ଭିଜା ମାଟିର ମୋହରେ
ଆଛନ୍ନ ମୋ ସତ୍ତା
ସ୍ବପ୍ନାବେଶରେ ବିମୋହିତା ମୁଁ
ଅତୀତ ର ସ୍ମୃତି
ସ୍ମୃତି ନିହେଁତ
ଜୀବନ୍ତ ମନୋରମ ମୁହୂର୍ତ୍ତ ଗୁଡିକ
ଆନମନା କରନ୍ତି।
ସ୍ମୃତିର ପସରା ମଧ୍ୟରୁ ହସ , ଖୁସି ସବୁ
ସାଉଁଟିଲା ବେଳେ
"ଭିଜାମାଟି ର" ବାସ୍ନା କୁ ଆଘ୍ରାଣ କଲାବେଳେ
କାହିଁକି ମିଛ ହେଇ ଯାଉଛି ସେ ପୁଲକ ପଣ ?
କାହିଁକି
ଧୀରେ ଧୀରେ ଭିଜା ମାଟିର ସେ ଅନୁପମ ମୋହିନୀ ଶକ୍ତି
ଲୋପ ପାଇ ଯାଉଛି ।
ରକ୍ତରେ ଭିଜୁଛି ମାଟି
ଲୁହର ଅମାନିଆ ସୁଅରେ
ଓଦା ହେଉଛି ଭୂଇଁ ।
ଯେଉଁ ଭିଜା ମାଟିର ମୋହ ଦିନେ
ଆଚ୍ଛନ୍ନ କରୁଥିଲା ହୃଦୟକୁ
ସେଇ ଭିଜାମାଟି ଆଜି
ଖଣ୍ଡ ଖଣ୍ଡ କରି ଦେଉଛି ଛାତିକି।
କେତେ ଡାକ୍ତର,ସୈନିକ,ସାମ୍ବାଦିକ,ଜନନାୟକଙ୍କ
ଅକାଳ ବିୟୋଗ
ଭିଜେଇ ଦେଉଛି ଭୂମିକୁ
ମାଟିରେ ଆଙ୍କୁଛି ଲାଲିମାର ସ୍ପର୍ଶ ।
କୋହ,ଉଦାସପଣ,ଅସହାୟତା
ଖିନ୍ ଭିନ୍ କରି ଦେଉଛି ହୃଦୟ କୁ
ନିରାଶା ରେ ଭରି ଦେଉଛି
ସ୍ନିଗ୍ଧ ଚଞ୍ଚଳ ମନଟାକୁ
ଉଃ ! ଛାତି ଥରିଯାଉଛି
ଆଉ କେତେଦିନ
ଆଉ କେତେଦିନ ବିଦିର୍ଣ୍ଣ ହେଉଥିବ ହୃଦୟ
ପୁଣି ସତେ ଆସିବ ସୁଦିନ
ଭିଜା ମାଟିର ବାତ୍ସ୍ନାରେ ବିମୋହିତା ମନ
ଆତ୍ମ ବିଭୋର ହେବ ।