ନଈ
ନଈ
1 min
439
ନଈ ରେ ନଈ ତୁ କୁଆଡକୁ ଯାଉ
ଅଙ୍କେଇ ବଙ୍କେଇ କହ
ସାଙ୍ଗ ସାଥୀ ତୋର ରହିଲେ କି ଦୂରେ
ସେ ପାଇଁ ମନରେ କୋହ ।
ବାଟ ସାରା କେତେ ସାଙ୍ଗ ଭେଟି ଭେଟି
ଶେଷ ତୋ ସମୁଦ୍ର ଜଳ
ଖୁସି କିଆଁ ହେଉ ସାଗରରେ ମିଶି
ପାଇଲୁ କି ପୂଣ୍ୟଫଳ ।
କେତେ ଜୀବଜନ୍ତୁ ତୋଅରି ପାଇଁକି
ଆନନ୍ଦରେ ରହିଛନ୍ତି
ଜନ ଜୀବନଙ୍କ ଭରସା ପା ତୁହି
ଆକୁଳରେ ଚାହିଁଛନ୍ତି ।
ମାଆଲୋ ମମତାମୟୀ ସ୍ରୋତସ୍ବିନୀ
ଗୁହାରୀ କରୁଛି ତୋତେ
ଏଇମିତି ଭାବ ରଖିଥିବୁ ସଦା
ପର କରିବୁନି ସତେ ।
ତନୁ ପାତଳୀ ତୁ ଯେତେବେଳେ ଥାଉ
କି ସୁନ୍ଦର ମାଲୋ ଦିଶୁ
ଫୁଲିଯାଏ ଯେବେ ଶରୀର ତୋହର
ବନ୍ୟାପାଣି ନେଇ ଆସୁ ।
କେତେ ଘରଦ୍ବାର ଜୀବଜନ୍ତୁ ମାନେ
ତୋ ପାଣିରେ ଭାସିଯାନ୍ତି
ଚଟା ପଡିଯାଏ ଚାଷ ଜମି ଯେତେ
ଫସଲ ଲୀନ ହୁଅନ୍ତି ।
କାଳିଆ ପାଖରେ କରୁଛି ମିନତୀ
ଟିକିଏ କରୁଣା କରି
ନଈ ର ତରାଳ ରୂପ ନ ଦେଖାଇ
ସବୁଜିମା ଦିଅ ଭରି ।
